ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁକ୍ତିରାଣୀ ଦେବତା ଙ୍କ କବିତା ଆଜିର ମୁଁ ଯୁବପିଢି

ଆଜିର ମୁଁ ଯୁବପିଢି

 

ପିତାମାତାଙ୍କୁ ମୁଁ କରେ ଅନାଦର

ଚୋରା ପିରତି ଯେ ଲାଗୁଛି ସୁନ୍ଦର

ନିଜ ଭଉଣୀକୁ କରୁଛି ଶାସନ

ପରଝିଅ ଦେଖି ହୁଏ ଉତାଶନ ।।

 

ପରିବାର ଲୋକ ଲାଗନ୍ତି ଯେ ପିତା

ପଢେନାହିଁ ଦିନେ ପୁରାଣ କି ଗୀତା

ଥିଲେ ମୋବାଇଲ ଅଛି ସବୁ ମୋର

ନିଜ ଲୋକ ଆଜି ହୋଇଛନ୍ତି ପର ।।

 

ଚିରାଫଟା ବସ୍ତ୍ର କରୁଛି ଧାରଣ

ବିପଦକୁ ନିତି କରୁଛି ବରଣ 

ସ୍ମାଟଫୋନ ଏକା ଅଟଇ ନିଜର

ଘରକାମ କଲେ ଆସିଯାଏ ଜର ।।

 

ଦେବୀମାତାଙ୍କୁ ଯେ କରୁଥାଏ ପୂଜା

ବଳାତ୍କାରୀ ସାଜି ଉଡାଏ ମୁଁ ଧ୍ୱଜା

ମାତୃଦିବସରେ ଛାଡୁଛି ଷ୍ଟାଟସ

ଅନ୍ୟଦିନେ ମାଆ ଲାଗୁଥାଏ ବିଷ ।।

 

ଇଂରାଜୀ ଚୋବାଇ ସ୍ମାଟ୍ ହୋଇଛି

ରାତି ହୋଇଗଲେ କ୍ଲବ୍ ଧାଉଁଛି

ବେଶଭୂଷା ହୋଇ ଦେଖାଉଛି ଭଦ୍ର

ନିଶା ପଡିଗଲେ ହୁଏ ମୁଁ ଅଭଦ୍ର

 

ପିତାମାତାଙ୍କୁ ମୁଁ କରେନି ସମ୍ମାନ

ରାଗ ପଶିଗଲେ କରେ ଅପମାନ

ପାଠକଥା ଶୁଣି ଘୁରିଯାଏ ମୁଣ୍ଡ

କେହି ନାହିଁ ମତେ ଦବ ଯିଏ ଦଣ୍ଡ ।।

 

ନଗ୍ନତାର ଦୃଶ୍ୟକୁ ମୁଁ ଦେଖୁଥାଏ ନିତି

ମୋବାଇଲ ଖେଞ୍ଚିଖେଞ୍ଚି ବିତିଯାଏ ରାତି ।।

ମୋ ଲାଗି ବାପାଙ୍କର ନଈଁଯାଏ ମଥା

ଶୁଣନ୍ତି ସେ ଲୋକଙ୍କଠୁ ନିତି କେତେ କଥା ।।

                     ମୁକ୍ତିରାଣୀ ଦେବତା

                   ମନ୍ଦାରଖଣ୍ଡ,ଯାଜପୁର

Related posts

କିକିଆ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦାୟିତ୍ବ ଗ୍ରହଣ

Sunil Chandra Nayak

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

Sunil Chandra Nayak

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!