ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଏସବିଆଇ ଓ ରାମକି ଫାଉଣ୍ଡେସନ ଏବଂ ଭେଜିପଦର ପ୍ରାଥମିକ ବିଦ୍ୟାଳୟ ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ବ୍ଲକ ର ସ୍ଥାନୀୟ ଭେଜିପଦର ସ୍ଥିତ ଭେଜିପଦର ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରୋଗ ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।ଭବାନୀପାଟଣା ଶିକ୍ଷା ମଣ୍ଡଳର ତେନ୍ତୁଳିଖୁଣ୍ଟି କ୍ଲଷ୍ଟର ର ଏବିଇଓ ଜୟନାରଣ ମାଝୀ ଓ ସିଆରସି ସୂର୍ଯ୍ୟନାରାୟଣ ମହାନ୍ତି ଶିବିର କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମନୋଜ କୁମାର ସାହୁ ଓ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଖମାରି ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଵିଶେଷ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ଆଚାର୍ଯ୍ୟ ଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଆୟୋଜିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଶିବିର ରେ ଅନୁନ୍ୟା ୩୧୦ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଶିଶୁ ରୋଗ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟ ଏବଂ ଆଗାମୀ ଅଂଶୁଘାତ ଉପରେ ମଧ୍ୟ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ପାଖାପାଖି ଅଂଚଳର ବିଭିନ୍ନ ଛାତ୍ର ଛାତ୍ରୀଙ୍କ ଯୋଗଦାନ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ରାମକି ଫାଉଣ୍ଡେସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ଏବଂ ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ଶ୍ରୀ ଚିନ୍ମୟ ମହାନ୍ତି ଶ୍ରୀ ପଦ୍ମନାଭ ମହନନ୍ଦ, ଶିକ୍ଷୟିତ୍ରୀ ସ୍ୱାଗତିକା ନେଗୀ ଏବଂ ସୁଚାରିତା ମହାପାତ୍ର ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫାଉଣ୍ଡେସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ତାର ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଜୋଷ୍ଣାରାଣୀ ବେହେରା ନର୍ସି କର୍ମଚାରୀ ପଙ୍କଜିନି ରଣା ଏଲଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ୱାଗତିକା ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ ସେନାପତି ଙ୍କ ରିପୋର୍ଟ୍ 

Related posts

ଆଇ ଆର ବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ଯବହାର, ପ୍ରେସକ୍ଳବ ପକ୍ଷ୍ୟରୁ ଏସପିଙ୍କୁ ଦାବି ପତ୍ର

Sunil Chandra Nayak

ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ବାର୍ଷିକ ଉତ୍ସବ

Sunil Chandra Nayak

ସଜେଇ ହେଲାଣି ବାଣପୁର ମେଳଣ ପଡ଼ିଆ ଭକ୍ତ ଓ ଭଗବାନଙ୍କ ଅପେକ୍ଷାରେ ପଞ୍ଚୁଦୋଳ

Sunil Chandra Nayak

Leave a Comment

error: Content is protected !!