ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଇଡା ଥାନା! ତନ୍ତୁଳିଡିହ ଗ୍ରାମରେ ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା ; ଆସାମୀ ଫେରାର

କୋଇଡା ଥାନା! ତନ୍ତୁଳିଡିହ ଗ୍ରାମରେ ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା ; ଆସାମୀ ଫେରାର

କୋଇଡା -୧୨/୦୩ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ତନ୍ତୁଳଡ଼ିହି ଆରପି କଲୋନୀ ରେ ବିଳମ୍ବିତ ରାତି ରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି I ମିଳିଥିବା ସୂଚନା ଅନୁଯାଇ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ତେନ୍ତୁଳଡ଼ିହି ଆରପି କଲୋନୀ ନିବାସୀ ଅନାମ ପାତ୍ର ଏବଂ ଗନ ମୁଣ୍ଡା ଙ୍କ ପୁତ୍ର ଗୋବିନ୍ଦ ମୁଣ୍ଡା (୨୧) ବର୍ଷ ଙ୍କ ମଧ୍ୟରେ ମଙ୍ଗଳ ବାର ଦିନ କୌଣସି କାରଣ କୁ ନେଇ ଝଗଡା ଝାଟି, ପାଟିତୁଣ୍ଡ ଉଗ୍ରରୂପ ନେଇଥିଲା I ଏହା ପରେ ସନ୍ଧ୍ୟା ରେ ଏହି ଝଗଡା ର ଆପୋଷ ବୁଝାମଣା ଦ୍ୱାରା ମିଳାମିଶା ପରେ ଉଭୟ ନିଜ ନିଜ ଘରକୁ ଯାଇଥିଲେ I କିନ୍ତୁ ଏତିକି ରେ ଅନାମ ର ରାଗ ଶାନ୍ତ ହୋଇ ନଥିଲା I ସେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ।ମଙ୍ଗଳ ବାର ବିଳମ୍ବିତ ରାତିରେ ଅନାମ ପାତ୍ର କୌଣସି ସୂତ୍ରରୁ ଖବର ପାଇଲା ଯେ ଗୋବିନ୍ଦ ଏକ ପରିତ୍ୟକ୍ତ ସ୍କୁଲ ଘର କୋଠରୀ ରେ ଶୋଇଛି ।ମନୁ ଖୋଜୁଥାଏ ଯାହା ବଇଦ ବତାଏ ତାହା ! ଅନାମ ଏହି ସୁଯୋଗକୁ ହାତଛଡ଼ା ନ କରି ପ୍ରତିଶୋଧ ପରାୟଣ ହୋଇ ସ୍କୁଲ ଘରେ ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗୋବିନ୍ଦ ର ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିଲାI ଆଜି ସକାଳୁ ଗ୍ରାମବାସୀ ମାନେ ଗୋବିନ୍ଦ ମୁଣ୍ଡା ଙ୍କ ରକ୍ତାକ୍ତ ମୃତଦେହ କୋଠରୀ ମଧ୍ୟରେ ପଡି ଥିବା ଦେଖି ଘଟଣା ସମ୍ପର୍କରେ ପୋଲିସ କୁ ଖବର ଦେଇଥିଲେ I କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଏବଂ ଫୋରେନସିକ ଟିମ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଟିକୁ ଜବତ କରି ବ୍ୟବଛେଦ ପାଇଁ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ I ଏହି ଘଟଣା ରେ କୋଇଡା ପୋଲିସ କେସ ନମ୍ବର ୪୯/୨୫ ରେ ମାମଲା ରୁଜ୍ଜୁ କରି ଫେରାର ଆସାମୀ କୁ ଖୋଜିବା ସହିତ ଅଧିକ ତଦନ୍ତ ଜାରୀ ରଖିଛନ୍ତି ଗାଁ ରେ ଶୋକାକୁଳ ପରିବେଶ ହୋଇଉଠିଛି ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନାରାୟଣ ପାଟଣାରେ ମାଓ ପୋଷ୍ଟର

masiha

ମଦ ଜବତ, ୨ ଗିରଫ

Sunil Chandra Nayak

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ

Sunil Chandra Nayak

Leave a Comment

error: Content is protected !!