ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଚୂଡାନ୍ତ ତାଲିକା

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଚୂଡାନ୍ତ ତାଲିକା

 ମୟୂରଭଞ୍ଜ -୧୨/୦୩ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଇନଜୀବୀ ସଂଘ ନିର୍ବାଚନରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । ମାର୍ଚ୍ଚ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇଥିବା ଵେଳେ ସଭାପତି , ଉପସଭାପତି, ସଂପାଦକ,ସହ ସଂପାଦକ,ଯୁଗ୍ମ ସଂପାଦକ,ଲାଇବ୍ରେରୀ ସହ ସଂପାଦକ, କୋଷାଧ୍ୟକ୍ଷ ଏବଂ କାର୍ଯ୍ଯକାରୀଣୀ ସଦସ୍ୟ ପାଇଁ ନାମାଙ୍କନ ଦାଖଲ ହୋଇଥିଲା ।ସଭାପତି ପଦ ପାଇଁ ( ୩ ଜଣ) ଅକ୍ଷୟ ମହାନ୍ତି,ଅମ୍ବିକା ପ୍ରସାଦ ପଟ୍ଟନାୟକ ଏବଂ ହରି ଚରଣ ସାହୁ ; ଉପସଭାପତି ପଦ ପାଇଁ ( ୩ ଜଣ) ଭବାନୀ ଶଙ୍କର ମହାନ୍ତି,ବୀର କିଶୋର ମହାପାତ୍ର ଏବଂ ମଥା ମୁର୍ମୁ,; ସଂପାଦକ ପଦ ପାଇଁ (୩ ଜଣ) ବିଜୟ କୁମାର ସାମଲ, ହରେକୃଷ୍ଣ ମହାକୁଡ଼ ଏବଂ ମନୋଜ କୁମାର ଦାସ ; ସହ ସଂପାଦକ ପଦ ପାଇଁ ( ୨ ଜଣ) ଵୈଜୟନ୍ତୀ ଦଳେଇ,କିଶୋର ଚନ୍ଦ୍ର ମହାନ୍ତ; ଯୁଗ୍ମ ସଂପାଦକ ପାଇଁ (୨ ଜଣ) ଲକ୍ଷ୍ମଣ କୁମାର ମାଝୀ ଏବଂ ନନ୍ଦରାଣୀ ହେମ୍ବ୍ରମ; ପାଠାଗାର ସହ ସଂପାଦକ (୩ ଜଣ) ପ୍ରଦୀପ ମଣ୍ଡଳ,ପୁର୍ଣ ଚନ୍ଦ୍ର ମହାନ୍ତ,ଶିବ ଶଙ୍କର ଫଡକାର; କୋଷାଧ୍ୟକ୍ଷ ପଦ ପାଇଁ (୨ ଜଣ) ଶିଶୁପଦ ମହାନ୍ତ,ସୁବ୍ରତ କୁମାର ମଣ୍ଡଳ ; କାର୍ଯ୍ୟକାରୀଣି ସଦସ୍ୟ ପାଇଁ( ୧୧ ଜଣ)- ଅମିତ କୁମାର ଵୈଠା,ଭୋଳାନାଥ ମହାନ୍ତ, ଗୌରୀଶଙ୍କର ଦତ୍ତ, ଜଗନ୍ନାଥ ମହାନ୍ତ, ମହେନ୍ଦ୍ର କୁମାର ଦାସ,ମଞ୍ଜୁ ବିନ୍ଧାଣି, ନିବେଦିତା ଗିରି,ପ୍ରକାଶ ଚନ୍ଦ୍ର ଗୋପାଳ, ସୋମନାଥ ମିଶ୍ର,,ଟିକୁନ ଜେରାଇ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ । ୧୨ ତାରିଖ ଦିନ ୧୧ ଠାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇଥିଲା ବୋଲି ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରସନ୍ନ ଦାସ ସୂଚନା ପ୍ରଦାନ କରିବା ସହ ଚୂଡାନ୍ତ ତାଲିକା ସମ୍ପର୍କରେ କହିଥିଲେ ।ଆସନ୍ତା ମାର୍ଚ୍ଚ ୨୯ ତାରିଖ ଦିନ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ରାଇରଙ୍ଗପୁର ଓକିଲ ସଂଘର ୨୫୧ ଜଣ ପଞ୍ଜିକୃତ ଓକିଲ ସେମାନଙ୍କର ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

masiha

ତାଲୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଆସନ୍ତା ମାର୍ଚ୍ଚ ୧୬ ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!