ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦାରେ କୃଷକ ରେଜିଷ୍ଟର ସଚେତନତା ରଥର ଶୁଭାରମ୍ଭ

ଜାମଦାରେ କୃଷକ ରେଜିଷ୍ଟର ସଚେତନତା ରଥର ଶୁଭାରମ୍ଭ

  ମୟୂରଭଞ୍ଜ -/୧୨/୦୩ // କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାମଦା ଆନୁକୂଲ୍ୟରେ କୃଷକ ରେଜିଷ୍ଟର ସଚେତନତା ରଥକୁ ଜାମଦା ତହସିଲଦାର ସର୍ବେଶ୍ବର ଜାଲ୍ ଓ ଜାମଦା ବ୍ଳକ କୃଷି ଅଧିକାରୀଣୀ ଶୁଭଲକ୍ଷ୍ମୀ ଦାଶ ନଡ଼ିଆ ଫଟାଇ ଶୁଭାରମ୍ଭ କରିଛନ୍ତି |କୃଷି ବିଭାଗର ସମସ୍ତ କର୍ମଚାରୀ ଆରଆଇ,ଏଆରଆଇ,ଚାଷୀ ଭାଇ,ସମାଜସେବୀ,ରାଜ୍ୟ ୟୁଏସ୍ଆଇ ସଂଗଠକ ଉପସ୍ଥିତିରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି |ଏହି ରଥ ର ଲକ୍ଷ୍ୟ ଜାମଦା ବ୍ଲକର ପ୍ରତି ପଞ୍ଚାୟତରେ ସରକାରଙ୍କ ଡିଜିଟାଲ କୃଷି ଅଧିନରେ କୃଷକ ପଞ୍ଜିକରଣ ବିଷୟରେ ସଚେତନ କରିବ |ଚାଷୀମାନେ ନିଜର ଆଧାରକାର୍ଡ,ନିଜ ଜମିରେ ଥିବା ଭୂଲେଖପଟ୍ଟା,ଆଧାର ସଂଯୁକ୍ତ ମୋବାଇଲ ନେଇ ଗ୍ରାମପଞ୍ଚାୟତସ୍ତରୀୟ କ୍ୟାମ୍ପ,କୃଷି ଅଫିସ,ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜିକରଣ କପାଇପାରିବେ ବୋଲି ଜାମଦା ବ୍ଳକ କୃଷି ଅଧିକାରିଣୀ ଶୁଭଲକ୍ଷ୍ମୀ ଦାଶ ସୂଚନା ପ୍ରଦାନ କରିଛନ୍ତି |ଜମିଜମା ରେକର୍ଡ ନିଜ ନାମରେ ନଥିଲେ ଭୂଲେଖରେ ଥିବା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର,ଉତ୍ତରାଧିକାରୀ ପ୍ରମାଣପତ୍ର ନେଇ ନିକଟସ୍ଥ ତହସିଲ ସହ ଯୋଗାଯୋଗ କରିବା ପାଇଁ ଚାଷୀମାନଙ୍କୁ ଜଣାଇ ଦିଆଯାଇଛି ବୋଲି ଜାମଦା ବିଏଓ ଶୁଭଲକ୍ଷ୍ମୀ ଦାଶ କହିଛନ୍ତି |ପ୍ରାପ୍ତ ସୂଚନା ଅନୁସାରେ ଆଜି ସୁଦ୍ଧା ୧୭୫ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମହାବିଦ୍ୟାଳୟ ପରିସରରେ ଜାତୀୟ ସଂଗୀତ ପାଠ

Sunil Chandra Nayak

ଜମି ମାଫିଆ ଙ୍କ କବଜାରେ ଗୋଚର ଜମି !!!

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରି ଅଟକ ରଖିଲେ ଓ୍ବାର୍ଡ଼ମେମ୍ବର

masiha

Leave a Comment

error: Content is protected !!