ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲରୁ ପଳାଇ ଆସିଥିବା ହରିଣ ଉଦ୍ଧାର 

ଜଙ୍ଗଲରୁ ପଳାଇ ଆସିଥିବା ହରିଣ ଉଦ୍ଧାର 

କୋଇଡା – ୧୩/୦୩ // ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବନାଞ୍ଚଳ ଅଧିନସ୍ଥ ଭବାନୀ ପାହାଡ଼ ଜଙ୍ଗଲ ମଧ୍ୟରୁ ଜନବସତୀ ମଧ୍ୟକୁ ପଳାଇ ଆସିଥିବା ହରିଣ କୁ କୋଇଡା ବନ ବିଭାଗ ଉଦ୍ଧାର କରିଛି I ମିଳିଥିବା ସୂଚନା ଅନୁଯାଇ ବଣାଇ ବନଖଣ୍ଡ ଅଧିନସ୍ଥ କୋଇଡା ବନାଞ୍ଚଳ ର ଭବାନୀ ପାହାଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ୧୫ ବର୍ଷ ବୟସ୍କ ଅଣ୍ଡିରା ହରିଣ ବାଟବଣା ହୋଇ କୋଇଡା ଜନବସତୀ ଅଂଚଳ କୁ ଚାଲି ଅସିଥିଲା I କିଛି କୁକୁର ହରିଣ ଟିକୁ କାମୁଡି ଗୋଡ଼ାଇବା ସମୟରେ ସ୍ଥାନୀୟ ଜନତା ପ୍ରଥମେ କୁକୁର ଙ୍କ ଠାରୁ ହରିଣ ଟିକୁ ଉଦ୍ଧାର କରି ବନବିଭାଗ କୁ ଖବର ଦେଇଥିଲେ I ଖବର ପାଇ ବନ ବିଭାଗ ର ଏକ ଟିମ ଘଟଣା ସ୍ଥଳରେ ପହଂଚି ଆହତ ହରିଣ ଟିକୁ କୋଇଡା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆଣିଥିଲେ I କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ କୁମାର ଙ୍କ ଠାରୁ ଖବର ପାଇ କୋଇଡା ଗୋଷ୍ଟୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଜିତ କୁମାର ବେହେରା ପହଂଚି ଆହତ ହରିଣ ର ପ୍ରାଥମିକ ଚିକିତ୍ସା କରିଥିଲେ I ଜଙ୍ଗଲ ମଧ୍ୟରୁ ପଳାଇ ଆସିଥିବା ହରିଣ ଟି ସୁସ୍ଥ ହେବା ପରେ ଡ଼ିଏଫଓ ଙ୍କ ଆଦେଶ ଅନୁସାରେ ହିଁ ଜଙ୍ଗଲ ରେ ଛଡା ଯିବା ନେଇ କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ କୁମାର ପ୍ରଧାନ ସୂଚନା ଦେଇଛନ୍ତି I 

କୋଇଡା ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗୌଡ଼ ଗୁଡ଼ାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

Sunil Chandra Nayak

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

masiha

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!