ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର:୨୪/୪- ମ.ନି.ସ:- ଆଜି ସକାଳେ ଯୁବକ ନଦୀ କୁ ଗାଧେଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି, ସୂଚନାରୁ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତ ଅଧିନରେ ଥିବା ସୂର୍ଯ୍ଯଗଡ ଗ୍ରାମର ଜନୈକ ବ୍ଯକ୍ତି ଭୀମ ନାଏକଙ୍କ ୧୮ ବର୍ଷର ପୁଅ ଆକାଶ ନାଏକ ଆଜି ସକାଳ ୮ ଘଣ୍ଟା ସମୟରେ ଗ୍ରାମ ନିକଟରେ ଥିବା କାଳିଆ ଗାଡ ନଦୀ କୁ ଗାଧେଇବା ପାଇଁ ଯାଇଥିଲେ,ଏହି ସମୟରେ କୌଣସି କାରଣରୁ ଗୋଡ ଖସିଯାଇଥିବା ଯୋଗୁଁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି, ଏହାଫଳରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏନେଇ ଥୁଆମୂଳ ରାମପୁର ପୁଲିସରେ ଜଣାଇଥିଲେ, ଖବର ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ଯବଛେଦ ପାଇଁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ପଠାଇଥିଲେ। ବ୍ଯବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚାରିଦିନ ର ବ୍ୟବଧାନରେ ପୁଣି ଲାଗିଲା ମାଓ ପୋଷ୍ଟର

Sunil Chandra Nayak

ବିବାହ ବେଳେ ନବ ଦମ୍ପତିଙ୍କୁ ସରକାର ଦେବେ ‘ୱେଡିଂ କିଟ୍

Sunil Chandra Nayak

ରାଉରକେଲା – କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ରେ

Sunil Chandra Nayak

Leave a Comment

error: Content is protected !!