ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନାର ନିଆରା ପ୍ରୟାସ, ହୋଲିରେ ଜୈବିକ ରଙ୍ଗ ବ୍ୟବହାରକୁ ଦେଲେ ଗୁରୁତ୍ୱ

ଆଇନାର ନିଆରା ପ୍ରୟାସ, ହୋଲିରେ ଜୈବିକ ରଙ୍ଗ ବ୍ୟବହାରକୁ ଦେଲେ ଗୁରୁତ୍ୱ

କାମାକ୍ଷାନଗର (ମନିସ )13/3/25 // ରଙ୍ଗର ପର୍ବ ହୋଲିରେ ପରିବେଶ ସଂରକ୍ଷଣକୁ ନଜରରେ ରଖି ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଇନା ତରଫରୁ ଗୁରୁବାର କାମାକ୍ଷାନଗର ବ୍ଲକ ଅଧିନସ୍ଥ କାମାକ୍ଷାନଗର ମାର୍କେଟର କଳ୍ପନା ଛକ, ବସ ଷ୍ଟପ ଓ ଜିରିଡାମାଳି ଛକ ଠାରେ ଜୈବିକ ରଙ୍ଗ ବ୍ୟବହାର କରିବା ନେଇ ସର୍ବସାଧାରଣରେ ସଚେତନତାର ବାର୍ତା ଦିଆଯାଇଛି । ଯେଉଁଠି ଲୋକ ମାନଙ୍କୁ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ଓ ଖୁବ କମ ପଇସାରେ କିଭଳି ଭାବରେ ଜୈବିକ ରଙ୍ଗର ପ୍ରସ୍ତୁତି କରାଯିବା ବିଷୟରେ ବୁଝାଯାଇଛି । ଏହାକୁ ନେଇ ଅନୁଷ୍ଠାନର ପ୍ରଶିକ୍ଷଣ ସଂଚାଳିକା ପଲ୍ଲିଶ୍ରୀ ସେଣ୍ଢ କହିଛନ୍ତି ଯେ, ସୁସ୍ଥ ପରିବେଶ ଓ ପ୍ଲାଷ୍ଟିକ ବିହୀନ ସମାଜଟିଏ ପାଇଁ ଆମେ ସବୁବେଳେ ସକଂଳ୍ପବଦ୍ଧ, ସେଥିପାଇଁ ଜୈବିକ ରଙ୍ଗର ଉପକାରିତା ଜଣାଇବା ସହ ବଜାରରେ ମିଳୁଥିବା ରସାୟନିକ ରଙ୍ଗକୁ ବର୍ଜନ କରିବା ପାଇଁ ଆମ ଅନୁଷ୍ଠାନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅନୁଷ୍ଠାନର ସ୍ୱତନ୍ତ୍ର ଶିକ୍ଷକ ଅପରାଜିତା ସ୍ୱାଇଁ, ଚିତରଂଜନ ଖଟୁଆ, ଜ୍ଞାନରଂଜନ ବିଶ୍ୱାଳ ପ୍ରମୁଖ ଲୋକଙ୍କୁ ସଚେତନ କରାଇଥିଲେ ।ଏହା ସହିତ ଅନୁଷ୍ଠାନର ଜୟନ୍ତ କୁମାର ସାହୁ, ଲଳିତ ମୋହନ ସେଠୀ, ଚନ୍ଦ୍ରଶେଖର ବେହେରା, ଦେବକୀ ହାସଂଦା ପ୍ରମୁଖ ରଙ୍ଗ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

masiha

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

Leave a Comment

error: Content is protected !!