ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

କନ୍ଧମାଳ, ତା, ୧୫/୦୩: (ମାନିସ): ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ ।ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥିଲେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି । ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।ଏ ନେଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରୁ ଦୋଳ ବିମାନ ବାହାରି ସମଗ୍ର ସହର ପରିକ୍ରମା କରିଥିବା ବେଳେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସ୍ବେଛାସେବୀ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ନାଚ ଗୀତର ତାଳେତାଳେ ପରିକ୍ରମା କରି ହୋଲି ରଙ୍ଗ ଲଗାଇଥିଲେ l ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରୁଛନ୍ତି ହୋଲି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିଥିଲା । ପରସ୍ପରକୁ ରଙ୍ଗ ଲଗାଇବା ସହ ପିଚକାରୀ ମାରି ରଙ୍ଗର ପର୍ବକୁ ଭରପୂର ପାଳନ କରୁଛନ୍ତିl ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ, ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି କରାଯାଉଛି ପାଳନ। ଏହି ରଙ୍ଗର ପର୍ବ ହୋଲି ନିମନ୍ତେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦେଶରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସମଗ୍ର ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କଡାକଡି ନଜର ରଖାଯାଇଥିବା ବିଷୟ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

masiha

କୁର୍ମାକୋଟ ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ୟାଳୟର ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ 

masiha

Leave a Comment

error: Content is protected !!