ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥାନା ଅଧିକାରିଣୀ ଶ୍ୱେତା ପଦ୍ମା ସେଠଙ୍କୁ ଥାନାରେ ବିଦାୟକାଳିନ ସମ୍ବର୍ଦ୍ଧନା ସଭା 

ଥାନା ଅଧିକାରିଣୀ ଶ୍ୱେତା ପଦ୍ମା ସେଠଙ୍କୁ ଥାନାରେ ବିଦାୟକାଳିନ ସମ୍ବର୍ଦ୍ଧନା ସଭା 

ଜୁନାଗଡ଼ (ମ ନି ସ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ର ପୂର୍ବତନ ଥାନା ଅଧିକାରିଣୀ ଶ୍ଵେତାପଦ୍ମା ସେଠ ଙ୍କୁ ଧର୍ମଗଡ ଥାନା କୁ ବଦଳି ହୋଇ ଥିବା ବେଳେ ପୂର୍ବତନ ଥାନା ଅଧିକାରିଣୀ ଶ୍ରୀମତୀ ସେଠଙ୍କ ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ଥାନା ପରିସରରେ ନିରାଡ଼ମ୍ବରପୂର୍ଣ୍ଣ ଓ ଅଶ୍ରୁପୂର୍ଣ୍ଣ ପରିବେଶ ମଧ୍ୟରେ ଦିଆଯାଇଥିଲା ବିଦାୟ କାଳିନ ସମ୍ବର୍ଦ୍ଧନା । ଏହି ଅବସରରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା, ଗୋଲାମୁଣ୍ଡା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା, ଗୋଲାମୁଣ୍ଡା ଏଏସଆଇ ରାଜେଶ ପରିଡା, ଏଏସଆଇ ହେମନ୍ତ ହରିଜନ, ରଞ୍ଜନ ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ସମସ୍ତ ଥାନା କର୍ମଚାରୀ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ପୂର୍ବତନ ଥାନା ଅଧିକାରିଣୀ ଶ୍ରୀମତୀ ସେଠ ଜଣେ କର୍ତ୍ତବ୍ୟନିଷ୍ଠ, ପରୋପକାରୀ ଓ ମେଳାପୀ ଥିଲେ। ପ୍ରକାଶଯୋଗ୍ୟ ଯେ ସେ ଗୋଲାମୁଣ୍ଡା ମାଟିକୁ କେବେ ବି ଭୁଲି ପାରିବେ ନାହିଁ। ଏହି ଗୋଲାମୁଣ୍ଡା ମାଟିର ପାଣି, ପବନ ତାଙ୍କ ସ୍ମୃତି ଆଡୁଆଳରେ କରିଥିବା କର୍ମ ଅନୁଭୂତି ଓ ଜ୍ଞାନ ଆଗକୁ ବଢ଼ିବାରେ ସହାୟକ ହେବ ଓ ସ୍ମୃତି ଚିରଦିନ ପାଇଁ ଅମର ରହିବ ଏବଂ ଗୋଲାମୁଣ୍ଡା ବାସୀଙ୍କୁ ଅଶ୍ରୁଭରା ନୟନରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସା ରିପୋର୍ଟ ମସିହା ନୀଉଜ

Related posts

ଝରିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ସିଆରିଆ ଗ୍ରାମରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ବୈଠକ 

Sunil Chandra Nayak

ଅଭାବୀ ପରିବାରକୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ ଅଜିତ୍

masiha

Leave a Comment

error: Content is protected !!