ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ରେ କାଳବୈଶାଖୀ ବିତ୍ପାତ; ଜଣେ ମୃତ,୮ ଗୁରୁତର,୪୦ ଉର୍ଦ୍ଧ ଆହତ,ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ , ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ

ବିଶୋଇ ରେ କାଳବୈଶାଖୀ ବିତ୍ପାତ; ଜଣେ ମୃତ,୮ ଗୁରୁତର,୪୦ ଉର୍ଦ୍ଧ ଆହତ,ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ , ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ

 ମୟୂରଭଞ୍ଜ – ୨୧/୦୩ //  ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ବିଭିନ୍ନ ଅଂଚଳ ପାଇଁ ଗୁରୁବାର ରାତିଥିଲା କାଳରାତ୍ର। ଗୁରୁବାର ରାତ୍ର ୭.୩୦ ଟା ପାଖାପାଖି ସମୟରେ ଅଦିନିଆ କାଳବୈଶାଖୀ ପ୍ରଭାବରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଆସି ରଚିଥିଲା ତାଣ୍ଡବଲୀଳା । କାଳବୈଶାଖୀର କରାଳ ପ୍ରକୋପରେ ଵିଶୋଇ ଅଂଚଳର ଖଡମଵେଡା,ମୁଷାମାରି,ଦେଓପଟା ବାଲିତୁଠ,କୁଚିଣ୍ଡା,ରଜାଵସା,କାଦପାଣି ଗ୍ରାମ ବେଶି ପ୍ରଭାବିତ ହୋଇଥିବାବେଳେ ଆଖପାଖ ଗ୍ରାମ ସେଥିରୁ ବାଦ ପଡି ନ ଥିଲା ।ଏଭଳି କାଳବୈଶାଖୀ ପ୍ରଭାବର ଏଭଳି ଝଡ଼,ପବନ ତୋଫାନ ,କୁଆପଥର ମାଡ ଜୀବଦଶା ମଧ୍ୟରେ କେବେ ଦେଖି ନ ଥିଲେ ବୋଲି କୁହନ୍ତି ଅଂଚଳବାସୀ ।ତୁହାକୁ ତୁହା ବର୍ଷା,ପ୍ରବଳ ପଵନବହିବା ସହ ଆକାଶରୁ ଖସିଲା ଛୋଟ ବଡ଼ କୁଆପଥର ଖଣ୍ଡ ।ନିମିଷକେ ମଧ୍ୟରେ ୧୫ ଗ୍ରାମରୁ ପ୍ରଭାବିତ ହୋଇଥିବାବେଳେ ୭ ରୁ ଉର୍ଦ୍ଧ ଗ୍ରାମର ଘରବାଡ଼ି, ଖପର, ଘରର ଆଵାସପତ୍ର, କ୍ଷେତବାଡି ଵ୍ଯାପକ ନଷ୍ଟ କରି ଦେଇଥିଲା । ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ଯାଇଥିଲା । କୁଆପଥର ମାଡ଼ରେ ଖଡମଵେଡା ଗ୍ରାମର ମାର୍କଣ୍ଡ ନାଏକ ମୃତ ହୋଇଥିବାବେଳେ ୮ ଜଣ ଗୁରୁତର ଓ ୪୦ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି ।୯ ରୁ ଉର୍ଦ୍ଧ୍ବ ଛେଳି ମୃତ୍ୟୁ କରିଥିବାବେଳେ ଗୋରୁ ଗାଈ ଆହତ ହୋଇଥିଲେ । ଆହତ ହୋଇଥିବା ବୁଢ଼ାବୁଢ଼ୀ,ଛୁଆ, ମହିଳାମାନଙ୍କ ଗଳାଫଟା ଆର୍ତ୍ତ ଚିତ୍କାର ଶୁଭୁଥିଲା । ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ।ଶତାଧିକ ଲୋକ ଅଳ୍ପକେ ବହୁତ ଆହତ ହୋଇଥିଲେ । ଚୁଲିରେ ପାଣି ପଶି ଯାଇଥିଲା ।ଖାଦ୍ୟ ପଦାର୍ଥ,ଲୁଗାପଟା,ଶୋଇବା ବିଛଣା ସବୁ ଓଦା ।ରାତିରେ ଉପାସରେ ରହିଥିଲେ ‌।ପରେ ସ୍କୁଲ ଘରେ ଆଶ୍ରୟ ନେଇଥିଲେ । ବିଭିନ୍ନ ସ୍ଥାନରେ ସ୍ଥାନରେ ବଡ଼ ବଡ଼ ଗଛ ରାସ୍ତା ଉପରେ ପଡ଼ି ଯାଇଥିଲା । ସ୍ଥାନୀୟ କ୍ଲବ ଯୁବକମାନେ ଓ ସ୍ବେଛାସେବୀମାନେ ତୁରନ୍ତ ଆସି ସହାୟତାର ହାତ ବଢ଼ାଇଥିଲେ ।ଆଜି ସକାଳେ ଖାଦ୍ୟ,ପୋଲିଥିନ ଓ ଆବାସ ଘର ସହାୟତା ପାଇଁ କାଳବୈଶାଖୀ ବିତ୍ପାତ ଲୋକେ ଖଡମଵେଡା ଜାତୀୟ ରାଜପଥ ୪୯ ନମ୍ବର କୁ ୬ ଘଣ୍ଟାରୁ ଉର୍ଦ୍ଧ୍ବ ରାସ୍ତାରୋକ କରିଥିଲେ ।ଖବର ପାଇ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ବିଶୋଇ ବିଡ଼ିଓ ସାଗର ମୁର୍ମୁ ,ବିଜାତଳା ତହସିଲଦାର,ବିଶୋଇ ତହସିଲଦାର, କର୍ମଚାରୀ,ବିଶୋଇ ଥାନାଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟ, ଯୁଦ୍ଧକାଳୀନ ପୋଲିଥିନ ଏବଂ ଆବାସ ଗୃହ ସହ ଗୃହ ଓ ପଶୁଧନ କ୍ଷୟକ୍ଷତି ଆକଳନ ପରେ ପ୍ରଶାସନିକ ଗାଇଡ ଅନୁସାରେ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବା ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୨.୩୦ ଠାରେ ପିଡିତ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ସ୍ବେଛାସେବୀ ସଂସ୍ଥା, କ଼ଲବ ଏବଂ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ,ପାଣି ଓ ରନ୍ଧା ଖାଦ୍ୟ ଯୋଗାଇ ଯାଇଥିଲା । ଓ ଯୁଦ୍ଧକାଳୀନ ଭିତ୍ତିରେ ପୋଲିଥିନ ଯୋଗା ଯାଉଥିଲା । ରାଇରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ ନିଜେ ଉପସ୍ଥିତ ରହି ପିଡିତ ମାନଙ୍କ ସୁବିଧା ଅସୁବିଧା କାର୍ଯ୍ୟକୁ ତଦାରଖ କରି କାର୍ଯ୍ୟାନୁଷ୍ଠାନ କରୁଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଷ୍ଟ୍ରୀୟ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମହେନ୍ଦ୍ର ?

Sunil Chandra Nayak

ବିଜାତଳା ଵ୍ଳକରେ ବ୍ଳକ ସ୍ତରୀୟ ‘ ସୁଭଦ୍ରା ଶୁଭାରମ୍ଭ ‘କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ 

masiha

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

masiha

Leave a Comment

error: Content is protected !!