ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ 

ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ 

କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୱାଇଲଡ ଲାଇଫ ପକ୍ଷରୁ ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅଧିନସ୍ତ ସାଇସୁରନି ରେଞ୍ଜ ର ଗୁଣପୁର ଠାରେ ଅନୁଷ୍ଠିତ ହୋଇଥିଲା l କେଫ୍ୟୁ ପକ୍ଷରୁ ଆୟୋଜିତ ଏହି ସଚେତନତା ସଭାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଓଡିଶା ପଶ୍ଚିମ ପ୍ରାନ୍ତ ପର୍ଯ୍ୟବରଣ ପ୍ରମୁଖ କାମତା ପ୍ରସାଦ ଚନ୍ଦ୍ରକାର, ଜିଲ୍ଲା ଶାରୀରିକ ଶିକ୍ଷ୍l ଅଧିକାରୀ, କଳାହାଣ୍ଡି ରୁପସିଂ ରାଉତ, କଳାହାଣ୍ଡି ଜିଲ୍ଲା ପର୍ଯ୍ୟବରଣ ସଂଯୋଜକ ନାରାୟଣ ପାତ୍ର, କର୍ଲାପାଟ ଗ୍ରାମ ପଂଚାୟତ ର ସରପଞ୍ଚ ବିଶ୍ୱନାଥ ମାଝୀ, ତଳ ଆମପଦର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ମାଝୀ, ନାକରୁଣ୍ଡି ଗ୍ରାମପଞ୍ଚାୟତ ରକେଫ୍ୟୁ ପୂର୍ବତନ ସରପଞ୍ଚ କାଁହ୍ନୁ ମାଝି,ସାଇସୁରନି ରେଞ୍ଜ କାର୍ଯ୍ୟ ରତ ବନ ରକ୍ଷୀ ସନ୍ତୋଷ କୁମାର ଦାସ , ପ୍ରକୃତି ବନ୍ଧୁ ଡୋଳାମଣି ସାହୁ, ଯୁବ ସମାଜ ସେବୀ ରଥ ଦୁରିଆ, ଦିଲୀପ ପ୍ରଧାନ, ଗୁଣନିଧି ନା ଏ କ ମହିଳା ସମିତି ସଭାନେତ୍ରୀ ରଂଜିତା ପାତ୍ର ପ୍ରମୁଖ ମଂଚାସୀନ ହୋଇ ଏହି ଦିବସର ଗୁରୁତ୍ୱ ବର୍ଣନା କରିଥିଲେ l  

            ବିଶେଷ କରି ଆଜିର ଦିନଟି ରେ ଜଙ୍ଗଲ ପୋଡି ଓ ପୋଡୁ ଚାଷ ଦ୍ୱାରା କିପରି ଜଙ୍ଗଲ ନଷ୍ଟ ହେଉଛି ତା ଉପରେ ସଚେତନ ହେବା ପାଇଁ ଆଲୋଚନା ହୋଇଥିଲା l ଚଳିତ ବର୍ଷ ବନ ଦିବସ ର ବିଷୟ ବସ୍ତୁ “ବନ ଓ ଭୋଜନ ” ଶୀର୍ଷକ ଉପରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଆଲୋଚନା କରିଥିଲେ ବନ କିପରି ମାନବ ସମାଜକୁ ଖାଦ୍ୟ, ବସ୍ତ୍ରଓ ବାସଗୃହ ଦେବା ସାଙ୍ଗକୁ ରୋଗ ଦାଉରୁ ବଂଚିବାକୁ ଦୁର୍ମୁଲ୍ୟ ଔଷଧ ଓ ଅମ୍ଳଜାନ ପ୍ରଦାନ କରିଥାଏ ଏପରି ଦୁର୍ମୁଲ୍ୟ ବସ୍ତୁକୁ ଆମେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ନଷ୍ଟ କରି ଚାଲିଛୁ. ବୋଲି ବାର୍ତା ପ୍ରଦାନ କରିଥିଲେ l ପ୍ରାନ୍ତ ପର୍ଯ୍ୟବରଣ ପ୍ରମୁଖ ଶ୍ରୀ ଚନ୍ଦ୍ରକାର ଜଳ, ଜମି, ଜନ୍ତୁ ଓ ଜନ ବସତି ନିମେନ୍ତେ ଜଙ୍ଗଳକୁ ସୁରକ୍ଷ୍ୟା ଦେବା ଆମମାନଙ୍କର ନୈତିକ ଅଧିକାର ବୋଲି ସମ୍ବୋଧନ କରିଥିଲେ l ବର୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେଉଥିବାରୁ ବାରୁ ଜଙ୍ଗଲ କୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ତା ଉପରେ ଆଲୋଚନା ହୋଇଥିଲା.।

            ବିଶ୍ୱ ବନ ଦିବସ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବନସୁରକ୍ଷ୍ୟା ସମିତି, ମହିଳା ସମିତି, ଯୁବକ ସଂଘ ଓ ଛାତ୍ର ଛାତ୍ରୀ ସମୂହ।

( ମ ନି ସ ) 

Related posts

ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ରାମଚରିତ ମାନସ ପାରାୟଣ ଓ ପ୍ରବଚନ 

masiha

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ

masiha

Leave a Comment

error: Content is protected !!