ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ

ଏକତ୍ର ରାଉରକେଲା ର ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ

ରାଉରକେଲା: ସହରର ୨୫ଟି ନାଟ୍ୟାନୁଷ୍ଠାନ କୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ ସେକ୍ଟର ୭ସ୍ଥିତ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏକତ୍ର ର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ଓ ବିଦାୟୀ ସାଧାରଣ ସମ୍ପାଦକ ସୁଦେଶ ନାୟକଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ଡ଼ଃ ସମର ମୁଦାଲି, ଉପଦେଷ୍ଟା ମିହିର ରାୟ, କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ, ଉପସଭାପତି ରମେଶ ମହାନ୍ତି, କୋଷାଧ୍ୟକ୍ଷ ପ୍ରଜ୍ଞାନନ୍ଦ ମହାନ୍ତି ଓ ସମନ୍ବୟ ସମ୍ପାଦକ ଅକ୍ଷୟ ଧଳ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ପାଣି ଅତିଥି ମାନଙ୍କ ପରିଚୟ ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡ଼ଃ ମୁଦାଲି ତାଙ୍କ ବକ୍ତବ୍ୟରେ କହିଲେ ଯେ ନାଟକ ଶୃଙ୍ଖଳା ଶିଖାଏ। ଏହାସହ ସମୟାନୁବର୍ତ୍ତିତା, ସଂଗଠିତ, ବରିଷ୍ଠ ଅଭିନେତା ମାନଙ୍କୁ ସମ୍ମାନିତ କରିବା ଓ ନାଟକ ପ୍ରତି ପ୍ରତିବଦ୍ଧତା କୁ ଗୁରୁତ୍ୱାରୋପ କରିଥିଲେ। ଉପଦେଷ୍ଟା ଶ୍ରୀ ରାୟ ରାଉରକେଲା ର ଭାଇଚାରା ପାଇଁ ଏକତ୍ର ର ଗଠନ ଓ ନାଟକରେ ବିଭିନ୍ନ ବିଭଗ ପାଇଁ ଅଲଗା ଅଲଗା କର୍ମଶାଳା କରିବାକୁ ମତ ରଖିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ନାୟକ ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ଓ ଉପସଭାପତି ଶ୍ରୀ ମହାନ୍ତି ଅନୁଷ୍ଠାନର ଆୟବ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଏକତ୍ର କୁ ଉପଦେଷ୍ଟା ଡାକ୍ତର କୃପାସିନ୍ଧୁ ନାୟକ ଉନ୍ମୋଚନ କରିଥିଲେ । ଏହି ଅବସରରେ ୨୦୨୫ ଓ ୨୦୨୬ ନିମନ୍ତେ ଗଠିତ ନୂତନ କର୍ମକର୍ତ୍ତାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏଥିରେ ଉପଦେଷ୍ଟା ଭାବେ ଡ଼ଃ ସୁମନ ଦତ୍ତ,ଡା କୃପାସିନ୍ଧୁ ନାୟକ, କୈଳାଶ ପାଣିଗ୍ରାହୀ,ଡ ସମର ମୁଦାଲି, ଭାସ୍କର ଚନ୍ଦ୍ର ମହାପାତ୍ର ଓ ଶରତ ଦାସ, ସଭାପତି ଭାବେ ରାଜୀବ ପାଣି, ଉପସଭାପତି ଭାବେ ଆଲୋକ ବୋଷ, ରମେଶ ମହାନ୍ତି,ବିଲୋଚନ ପାତ୍ର, ସାଧାରଣ ସମ୍ପାଦକ ଭାବେ ବିଜୟ କୁମାର ପାତ୍ର, ସମ୍ପାଦକ ଭାବେ ସୁଦେଶ ନାୟକ ଓ ପ୍ରସନ୍ନ ମହାନ୍ତି, ସଂଗଠନ ସମ୍ପାଦକ ଭାବେ ଦିଲ୍ଲିପ ମହାନ୍ତି, ସାଂସ୍କୃତିକ ସମ୍ପାଦକ ଭାବେ ପ୍ରବୀର ଜେନା, କୋଷାଧ୍ୟକ୍ଷ ଭାବେ ପ୍ରଜ୍ଞାନନ୍ଦ ମହାନ୍ତି, ସମନ୍ୱୟ ସମ୍ପାଦକ ଭାବେ ଅକ୍ଷୟ କୁମାର ଧଳ,ଆଇନ ପରାମର୍ଶଦାତା ଭାବେ ପ୍ରଦୀପ ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବଶ୍ରୀ ରାଜକୁମାର ମହାନ୍ତି, କନକଲତା ଦାସ, ସରୋଜ କୁମାର ଶଙ୍ଖୁଆ,ଉମା ବିଶୋଇ, ପ୍ରଦୀପ କୁମାର ପଣ୍ଡା, ରମେଶ ପାତ୍ର,ନୀତା ଗୋସ୍ୱାମୀ, ପ୍ରଫୁଲ୍ଲ ସେଠୀ,ଡ ସତ୍ୟ ମିଶ୍ର, ପଞ୍ଚାନନ ପାତ୍ର, ଚିନ୍ମୟ ତ୍ରିପାଠୀ ପ୍ରମୁଖଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା। ସମସ୍ତ ସଦସ୍ୟଙ୍କୁ ପୁଷ୍ପ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୫ଟି ନାଟ୍ୟାନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଅନ୍ୟତମ ଉପସଭାପତି ବିଲୋଚନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଉତ୍ସବ

masiha

Leave a Comment

error: Content is protected !!