ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଣି ଟାଙ୍କି ରେ ପରିସ୍ରା କରିବା ଘଟଣା: ଦୁର୍ବୃତ୍ତ ଙ୍କ ବିରୋଧରେ ଦିଆ ଗଲା ଏତଲା 

ପାଣି ଟାଙ୍କି ରେ ପରିସ୍ରା କରିବା ଘଟଣା: ଦୁର୍ବୃତ୍ତ ଙ୍କ ବିରୋଧରେ ଦିଆ ଗଲା ଏତଲା 

ନବରଙ୍ଗପୁର:(୨୩|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡୁମୁରିପୁଟ ଗ୍ରାମର ଜଣେ ବ୍ୟକ୍ତି ନିଜ ଗ୍ରାମରେ ଥିବା ୮୦ ହାଜର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିରେ ପରିସ୍ରା କରିବା ସହ ଛେପ ପକାଇବା ଘଟଣାରେ ଗ୍ରାମବାସୀ ଆଜି ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି l ପାଣି ଟାଙ୍କିରେ ପରିସ୍ରା କରିବା ସହ ଅନ୍ୟ କୌଣସି ବିଷାକ୍ତ ଦ୍ରବ୍ୟ ମଧ୍ୟ ପକାଇଥିବା ଭୟରେ ଗ୍ରାମବାସୀ ଗତ ରବିବାର ଅପରାହ୍ଣରୁ ଟାଙ୍କିର ପାଣି ପିଇବା ବନ୍ଦ କରି ଦେଇଛନ୍ତି l ଗ୍ରାମବାସୀଙ୍କୁ ୬ ଦିନ ହେଲା ହଇରାଣ କରିଥିବା ବ୍ୟକ୍ତି ଜଣଙ୍କ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ହରିଜନ (କାଳିଆ)ବୋଲି ଗ୍ରାମ ବାସୀ ଙ୍କ ଠାରୁ ଶୁଣିବାକୁ ମିଳିଛି l ପୋଲିସ ଏନେଇ ଏକ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ସୂଚନା ଥାଉକି, ଉକ୍ତ ଗ୍ରାମର ୩୦୦ ରୁ ଉର୍ଦ୍ଧ ପରିବାର ପାଇଁ ଗ୍ରାମରେ ବସୁଧା ଯୋଜନାରେ ୮୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଛି l ଗ୍ରାମର ପ୍ରତି ସାହିକୁ ପାଇପ୍ ବିଛାଯାଇ ଏହି ପାଣି ଟାଙ୍କିର ପାଣି ଯୋଗାଇ ଦିଆଯାଉଛି l କିନ୍ତୁ ଗତ ୧୬ ତାରିଖ ଅପରାହ୍ନ ପ୍ରାୟ ୪ ଟା ରେ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ହରିଜନ ପାଣି ଟାଙ୍କି ଉପରେ ସିଡି ମାଧ୍ୟମରେ ଚଢିଥିଲା l ପରେ ପାଣି ଟାଙ୍କି ଭିତରେ ପରିସ୍ରା କରିବା ସହ ଛେପ ପକାଇଥିଲା । କାଳିଆ ର ଏଭଳି ଅଜବ କାଣ୍ଡ ଦେଖିବା ପରେ ଗାଁ ର କିଛି ଲୋକ ଗ୍ରାମବାସୀ ଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ l ସେହି ଦିନରୁ ଗ୍ରାମବାସୀ ପାଣି ଟାଙ୍କିର ପାଣି ବ୍ୟବହାର କରୁ ନାହାନ୍ତି l ସବୁ ପରିବାର ଲୋକ ଗାଁ ରେ ଥିବା ଦଶ ଗୋଟି ନଳକୂପ ରୁ ପାଣି ବ୍ୟବହାର କରୁଛନ୍ତି l ଅନ୍ୟପଟେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅଧିକାଂଶ ନଳକୂପ ରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗାଁ ରେ ବୈଠକ କରାଯାଇ ଗାଁ ରେ ପାଣି ପାଇଁ ଅଶାନ୍ତି ସ୍ରୁଷ୍ଟି କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ଼କାଯାଇଥିଲେ ସୁଦ୍ଧା ସେ ନ ଆସିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଆଜି ଗ୍ରାମବାସୀ ଚନ୍ଦ୍ରସେନ ବିରୋଧରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି l ପ୍ରକାଶ ଥାଉକି ଚନ୍ଦ୍ରସେନ ନାମରେ ଡାବୁଗାଁ ଥାନାରେ ବହୁ ଅପରାଧ ସମ୍ବନ୍ଧୀୟ ମାମଲା ରହିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର , ଜୁଲାଇ ୨୮ ରୁ ଅଗଷ୍ଟ ୩ ଯାଏଁ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ଵାନ

Sunil Chandra Nayak

ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା, ଭୁଟିଭୁଟି ଓ ଆନୁସଙ୍ଗିକ ସାମଗ୍ରୀ ଜବତ ସହ ୫ଜଣଙ୍କୁଗିରଫ କରିଛି ବନ ବିଭାଗ

masiha

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

masiha

Leave a Comment

error: Content is protected !!