ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ଟିମର କୋରାପୁଟ ଜିଲ୍ଲା ଗସ୍ତ  ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ 

କେନ୍ଦ୍ରୀୟ ଟିମର କୋରାପୁଟ ଜିଲ୍ଲା ଗସ୍ତ 

ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ 

କୋରାପୁଟ ,କୋରାପୁଟ ଜିଲ୍ଲା ଗସ୍ତରେ ଆସୁଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ ଆୱାର୍ଡ଼ ନିମନ୍ତେ ଆକଳନ କରୁଛନ୍ତି। ଏହି ଟିମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି। ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି ପ୍ରମୁଖ ୭ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଜୟପୁର ବ୍ଳକର ଟାଙ୍କୁଆ, ଜୟପୁର ପୌରାଞ୍ଚଳ ଏବଂ ବୈପାରିଗୁଡା ବ୍ଲକର ଚନ୍ଦ୍ରପଡା ଯାଇ ଆଲୋଚନା କରିଥିଲେ। ଚନ୍ଦ୍ରପଡ଼ା ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ ।ଏହି ଟିମ ଆସନ୍ତାକାଲି ଲକ୍ଷ୍ମୀପୁର ଓ ସେମିଳିଗୁଡା ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜିଲ୍ଲାପାଳ ଭୀ କୀର୍ତ୍ତି ୱାସନ କହିଛନ୍ତି।କେନ୍ଦ୍ରୀୟ ଟିମଙ୍କ ଗସ୍ତ ବେଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜୟପୁର ଉପଜିଲ୍ଲାପାଳ ତଥା ଜୟପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ଆକାଭରମ ସସ୍ୟା ରେଡ୍ଡୀ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୁଇ ଦିନିଆ ଗରିମା ଜାତୀୟ କର୍ମଶାଳା ଉଦ୍‌ଘାଟନ ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ୭ ଦିନ ବ୍ୟାପୀ ଜାତୀୟ ସେବା ଯୋଜନା ର ସ୍ଵତନ୍ତ୍ର ଶୀତକାଳୀନ ଶିବିର ଅନୁଷ୍ଠିତ

Sunil Chandra Nayak

କିନ୍ନର ମାନଙ୍କୁ ପରିଚୟ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!