ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ‘ ମୁଁ ବି ବିଦ୍ୟାଳୟ ଯିବି’ ସଚେତନତା ରଥ ଶୁଭାରମ୍ଭ 

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ‘ ମୁଁ ବି ବିଦ୍ୟାଳୟ ଯିବି’ ସଚେତନତା ରଥ ଶୁଭାରମ୍ଭ 

 ମୟୂରଭଞ୍ଜ – ୨୬/୦୩ // ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ଶିକ୍ଷାଧୀକାରୀ ଶ୍ରୀ ଯଜ୍ଞେଶ୍ଵର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଦିନ ପୂର୍ବାହ୍ନ ୯ ଘଟିକାରେ ‘ ମୁଁ ବି ବିଦ୍ୟାଳୟ ଯିବି’ଏକ ସଚେତନତା ରଥ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମ୍ମାନିତ ଅତିଥି ସହକାରୀ ଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା , ଅନ୍ୟତମ ଅତିଥି ରାଇରଙ୍ଗପୁର ଡେପୁଟୀ କଲେକ୍ଟର ମାନସ ରଞ୍ଜନ ବେହେରା ,ସିଆରସିସି ରତିକାନ୍ତ ପାତ୍ର,ରାଣୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ସମସ୍ତଙ୍କୁ ଶିକ୍ଷା ଅଧିକାର ଏକ ମୌଳିକ ସାମ୍ବିଧାନିକ ଅଧିକାର । ଯେଉଁ ଦେଶର ଶିକ୍ଷା ର ଵିକାଶ ଯେତେ ସେହି ଦେଶର ପ୍ରଗତି ସେତେ ‌ ଅଧିକ । କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ନୂତନ ଜାତୀୟ ଶିକ୍ଷା ନୀତି ଶୁଭାରମ୍ଭ ହୋଇଛି ‌ଏହି ଶିକ୍ଷା ନୀତି ଅନୁସାରେ ଶୈକ୍ଷିକ ଢାଞ୍ଚା ୫+୩+୩+୪ ରହିଛି । ପ୍ରତ୍ୟେକ ବିଦ୍ୟାଳୟରେ ବାଲ୍ ବାଟିକା ବା ଶିଶୁ ବାଟିକା ନାମରେ ଏକ ନୂଆ ଶ୍ରେଣୀ ଖୋଲିଛି ।୫ ବର୍ଷରୁ ଉର୍ଦ୍ଧ୍ବ ପିଲା ଅଙ୍ଗନବାଡ଼ି କେନ୍ଦ୍ରରେ ନ ରହି ପ୍ରାଥମିକ ବିଦ୍ୟାଳୟ ନାମ ଲେଖାଇବେ ଏବଂ ୫ ଵର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲା ବିଦ୍ୟାଳୟରେ ନାମ ଲେଖାଇ ପାରିବେ ‌ । ଏହି ଅବସରରେ ତିରିଂ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ‘ ମୁଁ ବି ଵିଦ୍ଯାଳୟ ଯିବି’ ଭଳି ଏକ ଅଭିନବ ଯୋଜନା ଶିକ୍ଷାଧିକାରୀ ଯଜ୍ଞେଶ୍ଵର ଯେନା ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଏକ ସୁସଜ୍ଜିତ ରଥରେ ସଚେତନତା ବାର୍ତା ଲେଖା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ତିରିଂ ବ୍ଳକର ସମସ୍ତ ପଞ୍ଚାୟତ ର ଗାଁ କୁ ଗାଁ ବୁଲି ପ୍ରଚାର ଓ ପ୍ରସାର ପାଇଁ ଅତିଥିଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି ।ଅତିଥିଗଣ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତା ଲିଫଲେଟ ବଣ୍ଟନ କରିଥିଲେ ।ତଦସହ ଆସନ୍ତା ଏପ୍ରିଲ ୨ ତାରିଖ( ବୁଧବାର) ଦିନ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ଅଭିଭାବକମାନେ ଏପ୍ରିଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ନିଜ ନିଜର ପିଲାମାନଙ୍କୁ ବୟସ ଅନୁଯାୟୀ ନାମ ଲେଖାଇ ନେବା ପାଇଁ ବିଇଓ ତିରିଂ ବ୍ଳକର ସମସ୍ତ ଅଞ୍ଚଳବାସୀଙ୍କୁ ପ୍ରଵେଶ ଉତ୍ସବରେ ଯୋଗଦେବାପାଇଁ ଅନୁରୋଧ କରିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

masiha

ଶ୍ରୀ ଧିମନ୍ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ

masiha

ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ,ଜଣେ ମୃତ

Leave a Comment

error: Content is protected !!