ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ-ଗଭରନାସ, ଡିଜିଟାଲ ଲିଟେରେସି ଓ ଅନଲାଇନ ଅଡିଟ ଉପରେ ତାଲିମ 

ଇ-ଗଭରନାସ, ଡିଜିଟାଲ ଲିଟେରେସି ଓ ଅନଲାଇନ ଅଡିଟ ଉପରେ ତାଲିମ 

ଡାବୁଗାଁ, ୨୭/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଇ-ଗଭରନାସ, ଡିଜିଟାଲ ଲିଟେରେସି ଓ ଅନଲାଇନ ଅଡିଟ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅନଲାଇନ ମାଧ୍ୟମରେ ହିତାଧିକାରୀ ଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ଯଥା:- ବାର୍ଦ୍ଧକ୍ୟ ଭତ୍ତା, ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନା, ଡିଜିଟାଲ ସାକ୍ଷରତା, ଅନଲାଇନ ମଧ୍ୟମରେ କିପରି ଅଡିଟ କରାଯାଉଛି ସେ ବିଷୟରେ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଓ.ଏଲ.ଏମ ବିପିଏମ ଦୀପ୍ତି କିଶୋର ନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ l ଏଥିରେ ସିଆରପି, ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ଙ୍କୁ ମିଶାଇ ମୋଟ ୫୦ ଜଣ ତାଲିମ ନେଇଥିଲେ l ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ 

Sunil Chandra Nayak

ଜଙ୍ଗଲରୁ ପଳାଇ ଆସିଥିବା ହରିଣ ଉଦ୍ଧାର 

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!