ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇ ସରଗମ୍ ର ପ୍ରତିଭା ଅନ୍ବେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

ସାଇ ସରଗମ୍ ର ପ୍ରତିଭା ଅନ୍ବେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

ରାଉରକେଲା: ସ୍ବେଛାସେବୀ ଅନୁଷ୍ଠାନ ସାଇ ସରଗମ୍ ମ୍ୟୁଜିକାଲ ଆଣ୍ଡ ସୋସିଆଲ ଟ୍ରଷ୍ଟ ତରଫରୁ ସହରରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ରେ ଆଣିବା ପାଇଁ ଆଜି ରାଉରକେଲା କ୍ଲବ୍ ଠାରେ ଓଡ଼ିଶା ସ ରାଗ୍ କି ସିତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ କନିଷ୍ଠ ଓ ବରିଷ୍ଠ ବର୍ଗର ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଝୁନୁ ନାୟକଙ୍କ ସଭାପତିତ୍ବ ଶୁଭଶ୍ରୀ ଦାସ ଓ ଯଶୋବନ୍ତ ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ ପଦ୍ମିନୀ ପାଣିଗ୍ରାହୀ,ଏସ ଆଇ ଦୁର୍ଯୋଧନ ପ୍ରଧାନ, ମୁକ୍ତିକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଥିଲେ । ଅତିଥି ମାନେ ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ମତ ରଖିଥିଲେ। ମୁଖ୍ୟଅତିଥି ଶ୍ରୀମତୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ସଂଗୀତ କୁ ଆମେ ସାଧନା ବୋଲି କହିଥାଉ। ସରସ୍ଵତୀ ଙ୍କ କୃପା ରହିଲେ ସଂଗୀତ ହୃଦୟକୁ ଛୁଇଁଯାଏ। ସଂଗୀତ ଏକପ୍ରକାର ଯାଦୁ। ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରତିଯୋଗୀଙ୍କ ମଧ୍ୟରେ ସଂଗୀତ ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ବିଚାରକ ଭାବେ ଭାସ୍କର ପୁହାଣ, ଅଜୟ ପାଣି ଓ ଆଶାଲତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ମୂଲ୍ୟାୟନ କରିଥିଲେ।ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା କନିଷ୍ଠ ବର୍ଗର ପ୍ରଥମ ସ୍ଥାନ ପାଇଁ ୩ ହଜାର, ଦ୍ବିତୀୟ ସ୍ଥାନ ପାଇଁ ୨ ହଜାର ଓ ତୃତୀୟ ସ୍ଥାନ ପାଇଁ ୧ ହଜାର ତଥା ବରିଷ୍ଠ ବର୍ଗର ପ୍ରଥମ ସ୍ଥାନ ପାଇଁ ୪ ହଜାର, ଦ୍ବିତୀୟ ସ୍ଥାନ ପାଇଁ ୩ ହଜାର ଓ ତୃତୀୟ ସ୍ଥାନ ପାଇଁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏହା ସହ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ର ପ୍ରଛଦପଟ ଗାୟକ ତଥା ଭଏସ ଅଫ୍ ଓଡ଼ିଶା ବିଜେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ଅତିଥି ୱାଇ ହେମଲତା, ପ୍ରଦୀପ ପଟ୍ଟନାୟକ, ବିଜୟ ସୁନ୍ଦରାୟ, କାର୍ତ୍ତିକ ରାଉତ, ପ୍ରଜ୍ଞା ପରିମିତା ଦାଶ ଙ୍କ ସହ ବିଭିନ୍ନ ଅନୁଷ୍ଠାନର ସଭାପତିଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଉପସ୍ଥିତ ଥିବା ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁଜ୍ଞାନୀ ରାୟ, ସସ୍ମିତା ପ୍ରଧାନ, ସଞ୍ଜୟ ସାହୁ,ଅନିଲ ବରୁଆ ପ୍ରମୁଖ ତଥା ନୃତ୍ୟ ପରିବେଷଣ କରିଥିବା ନୃତ୍ୟ ଶିଳ୍ପୀ ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସୈାମ୍ୟରଞ୍ଜନ ମହାରଣା, ପ୍ରାଞ୍ଜଳୀ ନାଗ, କାମିନୀ ମହନ୍ତ, ମୂରଲୀ ମୋ‌ହନ,ଗ୍ରେସି ଡେଭିଡ, ଲିଲିରାଣୀ ପଣ୍ଡା,ଲୀନା ବିଶ୍ବାଳ , କଲ୍ୟାଣୀ ଦାସ,ଫିରୋଜ ଅହମ୍ମଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଇଡ଼ା ; ସେଗାସାହି ସ୍ଥିତ ଏମଏନଏସ ଖଣିକତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ଖିଲାପ ବିରୋଧରେ ସିଆଇଟିୟୁ ପକ୍ଷରୁ ବିଶାଳ ଶ୍ରମିକ ସମ୍ମିଳନୀ 

masiha

ଡାବୁଗାଁରେ ନୂତନ ଖବରଦାତା ସଂଘ କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ଉଦଘାଟିତ 

masiha

ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!