ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭର୍ଚୁଆଲ ମୋଡ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ 

ଭର୍ଚୁଆଲ ମୋଡ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ 

ଡାବୁଗାଁ, ୩୦/୩(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀନିବାସ କଲ୍ୟାଣ ମଣ୍ଡପ ଠାରେ ଭର୍ଚୁଆଲ ମୋଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳାହାଣ୍ଡି ଜିଲ୍ଲାରେ ଆସି ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କାର୍ଯ୍ୟକ୍ରମ କୁ ସିଧା ପ୍ରସାରଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତୋଦୋୟ ଗୃହ ଯୋଜନା ରେ ଡାବୁଗାଁ ବ୍ଲକର ୧୨ ଟି ପଞ୍ଚାୟତ ରୁ ୬୬ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ୧୨ ଗୋଟି ପଞ୍ଚାୟତ ରୁ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ମହିଳା ଏବଂ ସାଧାରଣ ଲୋକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ଏବଂ କାର୍ଯ୍ୟକ୍ରମ କୁ ଆଭାସି ମାଧ୍ୟମରେ ଦେଖିଥିଲେ । ଓଡିଶା ସରକାରଙ୍କ ପକ୍ଷରୁ 3ବର୍ଷରେ ୭୫୫୦ କୋଟି ଏହି ଅନ୍ତୋଦୟ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ବିନିଯୋଗ ହେବାକୁ ଥିବା ବେଳେ ଗରିବ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ସରକାର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏସିଡିଓ, ଜିଆରସ, ସିଆରପି, ଏମବିକେ, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

Sunil Chandra Nayak

୧୧୧ତମ ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମ ଦିବସ ପାଳନ 

masiha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!