ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

ଡାବୁଗାଁ, ୩୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମା ଠାରେ ହିନ୍ଦୁ ନବବର୍ଷ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ମାଁ ଠାକୁରାଣୀ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଭରତ ମାତା, ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଡାବୁଗାଁ ବଜାର, ଡାବୁଗାଁ, ନୂଆଗୁଡା, ଜୟନ୍ତୀନଗର ଦେଇ ଡାବୁଗାଁ ମୁଖ୍ୟ ରାସ୍ତାର ଚାରିଛକ ଠାରେ ପହଞ୍ଚିଥିଲେ | ଏହାସହ ରାମାୟଣର ବିଭିନ୍ନ ବେଶରେ ସଜ୍ଜିତ ହୋଇ ବଜା ବଜାଇ ବାଣଫୁଟାଇ ନୃତ୍ୟର ତାଳେତାଳେ ଶୋଭାଯାତ୍ରା ରେ ହିନ୍ଦୁ ନବବର୍ଷ ପାଳନ କରଯାଇଥିଲା | ଏଥିରେ ଅତିଥି ଭାବେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡାହାଣ୍ଡି ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି, ଭାଜପାର ସୋମନାଥ ଭତ୍ରା, ଜେ. ରାଜଶେଖର ରାଓ, ଜି. ସାଇ ରାଜୁ, ମନୋଜ ପାତ୍ର, ଦିବ୍ୟ ରଞ୍ଜନ ପାତ୍ର, ସୁରେନ୍ଦ୍ର କୁମାର ମିଶ୍ର, ଗୁପ୍ତ ବିଶୋଇ, ପିଣ୍ଟୁ ଅଗ୍ରୱାଲ, ଏ. ଶିବ ପ୍ରସାଦ, ସଞ୍ଜୟ ଶତପଥି ଏବଂ ୧୦୦୦ ଊର୍ଦ୍ଧ୍ଵ ଯୁବକ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମ ରାତ୍ର ପ୍ରାୟ ୯ ଘ. ରେ ଶେଷ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବରିଷ୍ଠ ନାଗରିକ ମଞ୍ଚର ୧୮ତମ ଅଧିବେଶନ ଅନୁଷ୍ଠିତ

masiha

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର: ସରକାରୀ ଗାଡି ରଖିବା ଷ୍ଟଲ ରେ ବେସରକାରୀ ଗାଡି ଭର୍ତ୍ତି , ସରକାରୀ ଗାଡି ବାହାରେ

Sunil Chandra Nayak

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ..!!! 

masiha

Leave a Comment

error: Content is protected !!