ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତୋଦୟ ଗୃହ ଯାଜନରେ 320 ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା 

ଅନ୍ତୋଦୟ ଗୃହ ଯାଜନରେ 320 ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା 

ଆସିକା ,୩୦/୩/୨୫ // ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିଛନ୍ତି । ଏହି ସମାରୋହର ଦୃଶ୍ୟକୁ ଅଭାସି ମାଧ୍ୟମରେ ବ୍ଲକ ପରିସରରେ ପ୍ରଦର୍ଶନ କରାଯାଇଥିଲା । ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କୁ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ସୁଶିଲ ପଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ବି ପି ସି କୃଷ୍ଣ କାନ୍ତ ପଣ୍ଡା , ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ତୋ ଦୟ ଗୃହ ଯୋଜନାରେ ଧରାକୋଟ ବ୍ଲକ ପାଇଁ 344 ଗୋଟି ଗୃହ ଅନୁମୋଦନ ପାଇଥିବା ବେଳେ ଆଜି ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଓ ଅନ୍ୟାନ୍ୟ ଅତିଥି ମାନେ 320 ଜଣ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି ଯୋଜନାରେ ଭିନ୍ନକ୍ଷମ,ବିଧବା,ଦୁରାରୋଗ୍ୟ ପୀଡ଼ିତ,ସାମାଜିକ ଅନଗ୍ରସର ,ପ୍ରାକୃତିକ ବିପର୍ଯ୍ୟୟ କବଳିତ ପରିବାର,ହାତୀ ଉପଦ୍ରବ ରେ ପୀଡ଼ିତ ଓ ଘରପୋଡି ପରିବାରକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବି ଡି ଓ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ମନରେଗା ବିଭାଗର ଅମେସ ବେହେରା ଏଥିରେ ସଂଯୋଜନା କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ସରପଞ୍ଚ,ସମିତି ସଭ୍ୟ, ସମସ୍ତ ପଞ୍ଚାୟତ ପ୍ରତିନିଧି ଙ୍କ ସମେତ ଆଠ ଶହରୁ ଅଧିକ ସାଧାରଣ ଜନତା ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଓଡିଶା ବ୍ରାହ୍ମଣ ମହାସଭା ଵାମନଘାଟୀ ଶାଖା ତରଫରୁ ରେଳ ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ଯରେ ଜଗନ୍ନାଥ ମନ୍ଦିରରେ ଦୀପଦାନ

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ବନ ବିଭାଗ ତରଫରୁ ପୃଥିବୀ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!