ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁରୋପର ଡେନମାର୍କ ରେ ବିଶେଷ ସତସଙ୍ଗର ଆୟୋଜନ 

ୟୁରୋପର ଡେନମାର୍କ ରେ ବିଶେଷ ସତସଙ୍ଗର ଆୟୋଜନ 

ନବରଙ୍ଗପୁର:(୨୯|୩) ୟୁରୋପର ଡେନମାର୍କ ରେ ବିଶେଷ ସତସଙ୍ଗ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମହକୁମାର ଜାଜକ ଗୋପିନାଥ ବେହେରା ଙ୍କ ପୁଅ ବିକାଶଙ୍କ ଡେନମାର୍କ ରେ ରହୁଥିବା ବାସ ଭବନରେ l ପୂତ ପବିତ୍ର ପାଞ୍ଜାଧାରୀ କର୍ମୀ ଜାଜକ ଗୋପିନାଥ ବେହେରା ଭାଇ ଙ୍କ ଅଧ୍ୟକ୍ଷତାରେ ୩୦ ଜଣ ରୁ ଉର୍ଦ୍ଧ ଗୁରୁଭାଇ ମାନଙ୍କୁ ନେଇ ହୋଇଥିଲା ସତସଙ୍ଗ। ସତସଙ୍ଗ ପ୍ରାର୍ଥନାନ୍ତେ ସଦ୍ଗ୍ରନ୍ଥ ପଠନ, ଭଜନ କୀର୍ତ୍ତନ ସହ ଯାଯନ କାର୍ଯ୍ୟକ୍ରମରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରାଯାଇ ଉପସ୍ଥିତ ସମସ୍ତେ ହୋଇଥିଲେ ଖୁସି lଆଗାମୀ ମଇ ୩୧ରେ ହେବାକୁ ଥିବା ଦ୍ୱିତୀୟ ବାର୍ଷିକ ଉତ୍ସବ ବିଷୟରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସତସଙ୍ଗ ଓ ଆଲୋଚନା ପରେ ସମସ୍ତଙ୍କ ପାଇଁ ଭଣ୍ଡାର (ଆନନ୍ଦ ବଜାର) ବ୍ୟବସ୍ଥା କରାଯାଇଥିଲା। ପାଖା ପାଖି ଡେନମାର୍କ ଓ ସ୍ଵିଡେନ ଦୁଇଟି ଦେଶରୁ ଗୁରୁଭାଇ ମାନେ ଉପସ୍ଥିତ ହୋଇ ସତସଙ୍ଗ ରେ ସହଯୋଗ କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ଉପରେ ତାଲିମ 

masiha

ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସ ପାଳିତ

Sunil Chandra Nayak

Senior Journalist Rajiv Lochan Ponda Passes Away, Journalistic Community in Mourning

masiha

Leave a Comment

error: Content is protected !!