ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ଖଇରା,୩୧/୩/୨୫- ବାଲେଶ୍ବର ଜିଲ୍ଲା ଖଇରା ସ୍ଥିତ ଜନଜାଗରଣ ମଞ୍ଚର ମାସିକ ବୈଠକ ଖ ଇରା କେନାଲ ଅଫିସ୍ ସାମ୍ନା ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଓଁ କାର କାର ମନ୍ତ୍ର ଉଚ୍ଚାରଣ ପରେ ସମସ୍ତଙ୍କୁ ଅମୃତବାଣୀ ଶୁଣାଇ ଥିଲେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ । ମଞ୍ଚର କାର୍ଯ୍ୟକାରୀ ସଭାପତି ରଶ୍ମିତା ମହାପାତ୍ରଙ୍କ ପୌରହିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ନିରଞ୍ଜନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ ଗୀତା ପାଠ କରିଥିଲେ । ଖଇରା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ନିମନ୍ତେ କି ପ୍ରକାର ପଦକ୍ଷେପ ନେବାକୁ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ବଜାରରେ ଯାତ୍ରୀ ବିଶ୍ରାମଗାର ଠାରୁ ଆରମ୍ଭ କରି ବହୁବିଧ ସମସ୍ୟା ଗୁଡିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକୁ ନିଆଯାଇ ଆଲୋଚନା ହୋଇଛି । ଅତୀତରେ ମଞ୍ଚ ତରଫରୁ ବିଭିନ୍ନ ଅଧିକାରୀ ମାନଙ୍କୁ ଦିଆଯାଇଥିବା ଦାବି ପତ୍ର ମଧ୍ୟରୁ କେତେ ସଫଳ ହୋଇଛି, କେତେ ହୋଇନାହିଁ ତାହା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସମସ୍ତଙ୍କ ସିଦ୍ଧାନ୍ତକୁ ପାଥେୟ କରି ଆଗାମୀ ଦିନରେ ମଞ୍ଚକୁ କେଉଁ ପ୍ରକାର ପ୍ରସ୍ତୁତ ହେବାକୁ ପଡିବ ତାହା ପରବର୍ତ୍ତୀ ବୈଠକରେ ସ୍ଥିର ହେବ ବୋଲି ସମସ୍ତଙ୍କ ମତାମତ ଥିଲା ।  

     ଏଥିରେ ରାମକୃଷ୍ଣ ଦାସମହାପାତ୍ର, ଚିନ୍ତା ମଣି ସାହାଣୀ, କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ସୃଷ୍ଟି ଧର ରାଉଳ, ଚିନ୍ମୟୀ ଜେନା, ଅଞ୍ଜଳି ମହାନ୍ତି, ରଶ୍ମିତା ମହାପାତ୍ର, ଦେବେନ୍ଦ୍ର କୁମାର ରାଉତ, କମଳଲଚନ ଜେନା, ନରେନ୍ଦ୍ର ପ୍ରସାଦ ବେହେରା, ଅଭିରାମ ମହାପାତ୍ର, ନିରଞ୍ଜନ ବେହେରା ପ୍ରମୁଖ ସଦସ୍ୟ ସଦସ୍ୟା ଉପସ୍ଥିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

masiha

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୫ ପାଳିତ

Sunil Chandra Nayak

ଦାସୀ ଗାଁ ରେ ଆନ୍ତର୍ଜାତିକ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!