ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇୱାକୁ ପିଟି ବାଇକ ଆରୋହୀଙ୍କ ମୃତ୍ୟ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ହାଇୱାକୁ ପିଟି ବାଇକ ଆରୋହୀଙ୍କ ମୃତ୍ୟ

କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଲାଞ୍ଜିଗଡ, ୩୧/୦୩(ମନିସ)-ଆଜି ବିଳମ୍ବିତ ସନ୍ଧ୍ୟାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱାର ପଛ ପଟେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ଜଣକ ବେଦାନ୍ତ ଲିମିଟେଡ କର୍ମଚାରୀ ଓ ସ୍ଥାନୀୟ ଆରବିକେ କଲୋନୀର ପବିତ୍ର ମାଝୀ ବୋଲି ଜଣାପଡିଛି। ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ଡ୍ୟୁଟିରେ ଥିବାବେଳେ ବେଦାନ୍ତ ମୁଖ୍ୟ ଫାଟକ ଓ ମେଟେରିଆଲ ଗେଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପିଟି ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଉତ୍ୟକ୍ତ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବାବେଳେ ଲାଞ୍ଜିଗଡ- ଦହିଖାଲ ରାସ୍ତାରେ ଯାତାୟତ ଠପ ହୋଇଯାଇଛି। ଏନେଇ ଲାଞ୍ଜିଗଡ ଥାନାରେ କେସ ନଂ ୩୫/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ସୂଚନା ମିଳିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ଚୈତ୍ର ପର୍ବ ଓ ଘଟ ଯାତ୍ରା ସମ୍ପନ

Sunil Chandra Nayak

ନଦୀ ଛାଡି କୁମ୍ଭୀରଙ୍କର ଏବେ ରାସ୍ତାରେ ଇଭିନିଂୱାକ୍ ଦେଖି ଭୟରେ ଦେଵେନ୍ଦ୍ରନାରାୟଣପୁରୁ ଵାସୀ

masiha

ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!