ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭୁଲଵେଡା ପ୍ରାଚୀନ ଜଳେଶ୍ବର ବାବା ଶୈବ ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ 

ଭୁଲଵେଡା ପ୍ରାଚୀନ ଜଳେଶ୍ବର ବାବା ଶୈବ ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ 

ମୟୂରଭଞ୍ଜ – ୩୧/୦୩ //  ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଭୁଟୁକାବାଦି ପଞ୍ଚାୟତ ଅନ୍ତର୍ଗତ ଭୁଲବେଡା ଗ୍ରାମସ୍ଥ ସୁଉଚ୍ଚ ପର୍ବତ ଶିଖରରେ ବହୁ ପୁରାତନ ରାଜାରୁଜୁଡା ଅମଳରୁ ପୂଜା ପାଇଁ ଆସୁଛନ୍ତି ଜଳେଶ୍ବର ବାବା । ପ୍ରତିବର୍ଷ ଶିବରାତ୍ରିକୁ ବାହାର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କୋଣେ ଅନୁକୋଣେ ଏହି ଶିବରାତ୍ରି ଜାଗର ମେଳାରେ ଭକ୍ତ ଓ ମାନସିକ ଧାରୀ ଆସି ପୂଜା କରି ଆସୁଛନ୍ତି । ଏଠାରେ ଯେଉଁ ମାନେ ମାନସିକ କରନ୍ତି ଜଳେଶ୍ଵର ବାବା ସେମାନଙ୍କ ମନସ୍କାମନା ପୂରଣ କରନ୍ତି ବୋଲି ଆସ୍ଥା ଓ ବିଶ୍ବାସ ଅଛି ।ବହୁ ପୂର୍ବରୁ ସନ୍ୟାସୀ, ଗୁରୁମାନେ ଆସି ଏହି ପର୍ବତରେ ସାଧନା କରୁଥିଲେ । ଏଠାରେ ମଧ୍ୟ ଭଗ୍ନଶୀଳା, ମନ୍ଦିର ଅଛି ।ଏଭଳି ପ୍ରତ୍ୟକ୍ଷ ଶୈବପୀଠ କୁ ଦୁର୍ବୃତ୍ତ ମାନେ ଛାଡ଼ୁ ନାହାନ୍ତି । ଯେହେତୁ ୩୦୦ ଫୁଟ ଉଚ୍ଚ ଏବଂ ଗ୍ରାମ ଠାରୁ ଦୂରରେ ମନ୍ଦିରଟି ଅଛି ।ଆଲୋକ ବ୍ୟବସ୍ଥା ନାହିଁ । ଏହାର ସୁଯୋଗ ଦେଖି ଦୁବୃର୍ତ୍ତ ମାନେ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ଆସବାବପତ୍ର ଯଥା ଦୁଇଟି ପିତ୍ତଳ ନାଗ ସାପ,ତରାଟ,ବଡ଼ ପୂଜା ଥାଳି,୩ ଟି ବଡ଼ ଘଣ୍ଟି, ଠାକୁରଙ୍କ ଘଣ୍ଟ,ଦାନ ବାକ୍ସ ପୂଜା ସାମଗ୍ରୀ ନେଇ ପଳାଇଛନ୍ତି ।ଆଜି ସୋମବାର ଦିନ ପୂଜକ ପୂଜା ପାଇଁ ମନ୍ଦିର ପାଖରେ ପହଞ୍ଚି ଦେଖନ୍ତି ତ ମନ୍ଦିର ତାଲା ଭଙ୍ଗା ଯାଇଛି ଏଠି ସେଠି ଜିନିଷ ଫୋପଡା ଯାଇଛି । ପୂଜକ ଗାଁ ବାଲାକୁ ଖବର ଦେବାସହ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ହାଟବାଦଡା ଫାଣ୍ଡିକୁ ଖବର ଦେଇଥିଲେ ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ଏହାକୁ ନେଇ ହାଟବାଦଡା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି ‌। ପୋଲିସ ଚୋରୀ ମାମଲା ନେଇ ଏକ କେଶ୍ ୪୯/୨୫ ରୁଜୁ କରାଯାଇଛି । ପୋଲିସ ତଦନ୍ତ ଜୋରଦାର କରିଛି । କୌଣସି ହାଲତରେ ଦୁବୃର୍ତ୍ତ ଙ୍କୁ ଛଡ଼ାଯିବ ନାହିଁ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଯୁବକକୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ 

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ

masiha

ଜେସିବି ପୋଡ଼ିଲେ ଦୃର୍ବୃତ୍ତ , କାରଣ ଅସ୍ପଷ୍ଟ

Leave a Comment

error: Content is protected !!