ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ 

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ 

ନବରଙ୍ଗପୁର : (୧|୪)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷରେ ଉତ୍କଳ ପରିଷଦ ପକ୍ଷରୁ ୯୦ ତମ ଉତ୍କଳ ଦିବସ ତଥା ଓଡ଼ିଶା ଦିବସ ପାଳନ କରାଯାଇଛି । ପ୍ରଥମେ ଉତ୍କଳ ପରିଷଦର ସମସ୍ତ କର୍ମକର୍ତ୍ତା ସକାଳ ଆଠ ଘଣ୍ଟା ସମୟରେ ସହର ମଧ୍ୟରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି କୁ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷରେ ଦିବା ୧୦ ଘଣ୍ଟା ସମୟରେ ଓଡ଼ିଆ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ତୈଳ ଚିତ୍ର ରେ ପୂଜାପାଠ ପୂର୍ବକ ଉତ୍କଳ ସଙ୍ଗୀତ ଗାନ ପରେ ଉତ୍କଳ ପରିଷଦର ସଭାପତି ବିଜୟ କୁମାର ଚୌଧୁରୀଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସମାଜସେବୀ ନାରାୟଣ ପାତ୍ର ଯୋଗଦାନ ପୂର୍ବକ ଉତ୍କଳ ବୀର ପୁରୁଷ ଙ୍କ ବିଜୟ ଗାଥା କୁ ବଖାଣି ଥିଲେ। ତାଙ୍କ ବକ୍ତବ୍ୟ ରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ହିଁ ଓଡ଼ିଶାକୁ ଚିର ଦିନ ପାଇଁ ସ୍ମରଣୀୟ ଏବଂ ପୂଜନୀୟ ରଖିବ ବୋଲି କହିଥିଲେ। ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ପ୍ରାକ୍ତନ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ପ୍ରଭାସିନୀ ମହାନ୍ତି ଓଡ଼ିଆ ଭାଷା ,ସାହିତ୍ୟ ,ସଂସ୍କୃତି ଏବଂ ସଂସ୍କାର, ଓଡ଼ିଶା କୁ ବିଶ୍ଵ ସ୍ତରରେ ସମୃଦ୍ଧ କରିଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର ଉପସ୍ଥିତ ରହି ଆଜିର ଓଡ଼ିଶା ସେଦିନର ଗୋପବନ୍ଧୁ,ମଧୁସୂଦନ ,ଫକୀରମୋହନ ଏବଂ ଉପେନ୍ଦ୍ର ଭଞ୍ଜ ଙ୍କୁ ଖୋଜୁଛି ବୋଲି ମତ ପୋଷଣ କରିଥିଲେ। ସମ୍ମାନୀତ ବକ୍ତା ଭାବେ ଯୋଗଦେଇ କବି ଜଗଦୀଶ ଚନ୍ଦ୍ର ତ୍ରିପାଠୀ ନିଜ ବକ୍ତବ୍ୟରେ ଓଡ଼ିଶାର ସାହିତ୍ୟ ରୁଦ୍ଧିମନ୍ତ ଥିବା ବେଳେ ପାଶ୍ଚାତ୍ୟ ସଂସ୍କୃତି ର କିଛି ପ୍ରଭାବ ଆମ ସାମାଜିକ ଚଳନି ଉପରେ ପ୍ରଭାବ ବିସ୍ତାର କରୁଛି ବୋଲି ଆଶଙ୍କା କରିଥିଲେ। ପରିଷଦର ସଭାପତି ଶ୍ରୀ ଚୌଧୁରୀ ନିଜ ସଭାପତିତ୍ବ ଭାଷଣ ରେ ଆଗାମୀ ଦିନ ଗୁଡ଼ିକରେ ଉତ୍କଳ ପରିଷଦ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ସୁରକ୍ଷା ନିମନ୍ତେ ଗ୍ରାମାଞ୍ଚଳ ରେ ପ୍ରବେଶ କରିବ ଏବଂ ଓଡ଼ିଶାର ପୂର୍ବ ଗର୍ବ ,ଗୌରବ କୁ ଫେରାଇ ଆଣିବା ପାଇଁ ଉତ୍କଳ ପରିଷଦ ପ୍ରଚେଷ୍ଟା କରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଅତିଥି ପରିଚୟ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ନିଜ ବ୍ୟକ୍ତବ୍ୟରେ ଓଡ଼ିଆ ଅସ୍ମିତା ସମ୍ପର୍କରେ କହି ସହରରେ ଥିବା ସମସ୍ତ ଦୋକାନ ବଜାର ରେ ଯେପରି ଓଡ଼ିଆ ଫଳକ ରହିବ ସେଥିପ୍ରତି ଉତ୍କଳ ପରିଷଦ ଆଗାମୀ ଦିନରେ ଏକ କାର୍ଯ୍ୟପନ୍ଥା ଗ୍ରହଣ କରୁ ବୋଲି ଅନୁରୋଧ କରିଥିଲେ। ତତ୍ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ଉକ୍ତ ଅଧିବେଶନ ରେ ସମ୍ମାନୀତ ଅତିଥି ଭାବରେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଉନ୍ନୟନ ଅଧିକାରୀ ରମେଶ ଟାକ୍ରି ଯୋଗଦେଇ ଓଡ଼ିଶାର ପରମ୍ପରା ମଧୁର ଥିଲା ଏବଂ ଏହା ଆଗାମୀ ପିଢ଼ି ଏହାକୁ ବଜାଇ ରଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ରୂପରେ ଯୋଗ ଦେଇ ବରିଷ୍ଠ ଶିକ୍ଷକ ପି. ରବି କାନ୍ତ ରଘୁରାମ ଓଡ଼ିଆ ଭାଷା ସର୍ବ ପୁରାତନ ଏବଂ ସବୁଠାରୁ ମିଠା ବୋଲି କହିଥିଲେ। ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ବଳିଷ୍ଠ ସଂଯୋଜନା ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କନକଲତା ମହାଙ୍କୁଡ, ଜାହ୍ନବୀ ପଣ୍ଡା , ହୃଷୀକେଶ ଦାସ, ବ୍ୟଙ୍ଗ କବି ଦୁର୍ଗା ପ୍ରଧାନ ,ହରିହର ନାୟକ , ସ୍ୱର୍ଣଲତା ପଟ୍ଟନାୟକ,ବିଭୁ ଦତ୍ତ ସେଠୀ, ପ୍ରେମ କବି ଦେବି ପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର ପ୍ରଧାନ ,ଦେବବ୍ରତ ସାହୁ ,ପ୍ରଫୁଲ୍ଲ ପୁହାଣ,ସୁବାସ ବିଷୋୟୀ ,ମିତ୍ରଭାନୁ ସତନାମି, ପ୍ରକାଶ ସାମନ୍ତରାୟ, ସୁପ୍ରଭା ପଣ୍ଡା ,ହର ପ୍ରସାଦ ଦାସ,ପର୍ଶୁରାମ ସାହୁଙ୍କ ଭଳି ପ୍ରତିଷ୍ଠିତ କବି କବିୟତ୍ରି ସ୍ଵ ରଚିତ କବିତା ଆବୃତ୍ତି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ତଥା ଅଧିବକ୍ତା ରାମ ପ୍ରସାଦ ପାତ୍ର ,ବିଶିଷ୍ଟ ବକ୍ତା ଡକ୍ଟର ବିଜୟ ମିଶ୍ର , ଉତ୍କଳ ପରିଷଦର ସମ୍ପାଦକ ତପନ ବିଷୋୟୀ, ଉଦ୍ୟୋଗପତି ତଥା ଉତ୍କଳ ପରିଷଦର ଉପଦେଷ୍ଟା ଦେବେନ୍ଦ୍ର ପ୍ରଧାନ , ସମ୍ପାଦକ ତପନ କୁମାର ବିଷୋୟୀ ସମେତ ଶତାଧିକ ଓଡ଼ିଆ ପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ କବି ତଥା ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

UVP writes a Demand Letter to the Director/Secretary of NRLM

Sunil Chandra Nayak

Leave a Comment

error: Content is protected !!