ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ଉତ୍କଳ ଦିବସ ଉପଲକ୍ଷେ ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲ ପରିସର ମଧ୍ୟରେ ଏକ ହଜାର ରୁ ଅଧିକ ଚାରା ରୋପଣ କରାଯାଇଛି। ନିମ୍ବ, କୋଚିଆ, ଜିନିଆ, କଲିୟୁସ, ସୂର୍ଯ୍ୟମୁଖୀ, କାକଟସ, ପିସ ଲିଲି, ଗ୍ଲାଡ଼ିଓଲସ, ଅଗ୍ଲୋନେମ୍ଆ ପ୍ରଭୃତି ବିଭିନ୍ନ ଖରା ଦିନିଆ ବୃକ୍ଷ ଚାରା ରୋପଣ କରାଯାଇଛି। ବୃକ୍ଷ ର ଯତ୍ନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷା ଡ଼ଃ ମଧୁସ୍ମିତା ଧୂପାଲ ଏବଂ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାମୟୀ ଧୂପାଳ ଆପୋଲୋ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକ୍ଷକ ଡା ଅଖିଲ ଜୈନ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡା ଅରବିନ୍ଦ ସାମଲ ଏବଂ ମୁଖ୍ୟ ବିତ୍ତ ଅଧିକ୍ଷକ ଗୋଲାପ ମଣ୍ଡଳ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶାର ଇତିହାସ ଏବଂ ସାମ୍ପ୍ରତିକ ସ୍ଥିତିରେ ବୃକ୍ଷ ରୋପଣ ର ଗୁରୁତ୍ଵ ସମ୍ପର୍କରେ ଡ଼ା ଜୈନ ଆଲୋଚନା କରିଥିଲେ। ଇଏନଟି ଡ଼ାକ୍ତର ତାନଭି ଚୌବେ ନିଜ ପିଲାଙ୍କ ଜନ୍ମଦିନ ରେ ୧୦ ଟି ଲେଖାଏଁ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ। ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଆପୋଲୋ ହସ୍ପିଟାଲ ଅଫିସର ଉଜ୍ଜ୍ୱଳ କୁଳିଆ, ବିଶ୍ୱଜିତ୍ ବଳ, ଆଦିତ୍ୟ ତିୱାରୀ,ମହା ପ୍ରବନ୍ଧକ କଳ୍ପତରୁ ସାହୁ, ବାୟୋ ମେଡିକାଲ ମୁଖ୍ୟ ସିଦ୍ଧାର୍ଥ ନନ୍ଦୀ, ବିଶ୍ବରଂଜନ ମହାନ୍ତି, ଆଲୋକ ରଂଜନ ବେହେରା, ଦୀପଙ୍କର ଘୋଷ, ହେମନ୍ତ ଦାସ, ଲକ୍ଷ୍ମୀନାରାୟଣ ରାଓ, ବିରଞ୍ଚି ଦାସ, ବରିଷ୍ଠ ଓକିଲ ଚନ୍ଦ୍ରଭାନୁ ଦାସ, ପ୍ରାକ୍ତନ ଆର୍ମି ଧନେଶ୍ଵର ଦାସ, ସାମ୍ବାଦିକ କୁଞ୍ଜ ବିହାରୀ ରାଉତ, ହସ୍ପିଟାଲ ଟ୍ରେନୀ ନର୍ସ, ହେଡ ନର୍ସ ପ୍ରଣତି ଦାସ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୃତକ ଭରତ ଦେଓଗାମଙ୍କୁ ଭାଜପାର ଜିଲ୍ଲା କମିଟିରେ ସୁଯୋଗ 

masiha

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ

masiha

Leave a Comment

error: Content is protected !!