ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶୀପାଣି ଗାଁ ରେ ସିର୍ପା ସୋଳେ ( ପୁରସ୍କାର ଭୋଜିଖିଆ) କାର୍ଯ୍ୟକ୍ରମ

କାଶୀପାଣି ଗାଁ ରେ ସିର୍ପା ସୋଳେ ( ପୁରସ୍କାର ଭୋଜିଖିଆ) କାର୍ଯ୍ୟକ୍ରମ

 ମୟୂରଭଞ୍ଜ -2/4 // ମୟୁରଭଞ୍ଜର ବାମନଘାଟି ଉପଖଣ୍ଡ ଅଂଚଳରେ ଆଦିବାସୀମାନେ ବେଶ କିଛି ବର୍ଷ ଧରି ଭିନ୍ନ ଏକ ପରମ୍ପରାକୁ ଆଦରି ନେଇଛନ୍ତି l ଯାହାକି ପୁରସ୍କାର ଭୋଜିଖିଆ ଉତ୍ସବ ନାମରେ ଅଞ୍ଚଳବାସୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଅଛି l ବିଶେଷ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ସାନ୍ତାଳ, ମୁଣ୍ଡା ଆଦିବାସୀ ଗୋଷ୍ଠୀ ଏହାକୁ ଆୟୋଜନ କରିବାରେ ଅଧିକ ଆଗ୍ରହ ଦେଖାଇ ଆସୁଛନ୍ତି l ଗ୍ରାମର ଯୁବକମାନେ ଫୂଟବଲ ପ୍ରତିଯୋଗିତା କିମ୍ବା ଆଦିବାସୀ ଡ୍ରାମା ପ୍ରତିଯୋଗିତାରେ ପୁରୁସ୍କୃତ ହୋଇ ମେଣ୍ଢା, ଖାସି ପୁରସ୍କାର ପାଇଥିଲେ l ଏଥିପାଇଁ ଏକାଠି ଭୋଜିଭାତ କରିବା ପାଇଁ ଗ୍ରାମବାସୀମାନେ ତିଥି ଧାର୍ଯ୍ୟ କରନ୍ତି l ଗ୍ରାମବାସୀଙ୍କଠାରୁ ଭୋଜି ଆୟୋଜନ ପାଇଁ ପରିବାର ପିଛା ଚାନ୍ଦା ଧର୍ଯ୍ୟ କରାଯାଏ l ବାହାରେ କାମଦାମ କିମ୍ବା ଚାକିରୀ କରୁଥିବା ଲୋକମାନେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଅଧିକ ଚାନ୍ଦା ଦେଇଥାନ୍ତି l ବିଜାତଳା ବ୍ଲକ ଚଢେଇପାହାଡି ପଂଚାୟତ ଅନ୍ତର୍ଗତ କାଶୀପାଣି ଠାରେ ସିରପାସୋଳେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ଚଢେଇପାହାଡି ସମିତି ସଭ୍ୟା କୁନି ସର୍ଦାର, ଵିଜାତଳା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ,ବିଜାତଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଝୀ ରାମ ଟୁଡୁ, ଏବଂ 31 ନୁମ୍ବର ଜୋନ ର ଜିଲ୍ଲାପରିଷଦ ଶ୍ରୀମତୀ ପାର୍ବତୀ ଟୁଡୁ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ “ଚିଲିକା ତାଲୁକ ଆଇନ୍ ସେବା କମିଟି” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଠିତ

Sunil Chandra Nayak

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

Leave a Comment

error: Content is protected !!