ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଜିଲ୍ଲାରେ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ପକ୍ଷର ଦ୍ଵିତୀୟ ଦିବସ

ସୁନ୍ଦରଗଡ଼, ୦୨/୦୪/୨୫: ସମଗ୍ର ରାଜ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହି ଉତ୍ସବ ମହା ସମାରୋହ ରେ ଆୟୋଜିତ ହୋଇ ଯାଇଅଛି। ପିଲା ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା, ଦିବ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଏବଂ ଗୋଷ୍ଠି ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ନାମ ଲେଖା ର ବୟସ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏହି ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଅଛି। 

   ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ନୂତନ ଶିକ୍ଷା ନୀତି – ୨୦୨୦ ଅନୁଯାୟୀ ନୂତନ କରି ଶିକ୍ଷା ଆରମ୍ଭ କରିବାକୁ ଥିବା ପିଲା ମାନଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିଶୁ ବାଟିକା ଆରମ୍ଭ ହୋଇଛି। ଏଥିରେ ପିଲା ମାନଙ୍କୁ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ। 

 ଜିଲ୍ଲା ର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ରେ ନାମଲେଖା ପ୍ରକିୟା କୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଅନେକ ଆକର୍ଷଣୀୟ ଏବଂ ଶିକ୍ଷଣୀୟ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା। ନୂତନ ଭାବେ ନାମ ଲେଖାଉ ଥିବା ପିଲାମାନଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ପାରମ୍ପରିକ ରୀତିରେ ଫୁଲତୋଡ଼ା ସହ ଚନ୍ଦନ ଲଗେଇ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ । ପାରମ୍ପରିକ ପଦ୍ଧତିରେ ସେମାନଙ୍କର ଖଡିଛୁଆଁ ହୋଇଥିଲା । 

ଏହି ଅବସରରେ ଶଙ୍କରା ସ୍ଥିତ ଗୌଡ଼ ପଡ଼ା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ପିଲାମାନଙ୍କୁ ଶିକ୍ଷଣୀୟ ଉପକରଣ ମଧ୍ୟ ପ୍ରଦାନ କରିଥିଲେ, ଯେଉଁଥିରେ କି ସ୍କୁଲ ବ୍ୟାଗ ସହିତ ବିଭିନ୍ନ ପାଠ୍ୟକ୍ରମ ସାମଗ୍ରୀ ରହିଥିଲା ।ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ମହାଜନ “ଶିକ୍ଷା ସଚେତନତା ରଥ” କୁ ମଧ୍ୟ ଶୁଭ ଉଦଘାଟନ କରିଥିଲେ। ଏହି ରଥ ବିଭିନ୍ନ ସ୍ଥାନ ଭ୍ରମଣ କରି ଶିକ୍ଷା ଉପରେ ସଚେତନତା ସୃଷ୍ଟି କରିବ। 

 କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ସଦର ଉପ-ଜିଲ୍ଲାପାଳ ଶ୍ରୀ ଦାସରଥୀ ସରାବୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଞ୍ଜୁ ନାଏକଙ୍କ ପାଇଁ ସ୍ବର ଉଠାଇଲା ହୋ ଗାଲାଙ୍ଗ  — ତୁରନ୍ତ ଘରଡିହ ଯୋଗାଇ ଦିଅ, ନଚେତ୍ ଆନ୍ଦୋଳନ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ 

masiha

ସାମନ୍ତରାୟ ଏକାଡେମୀ ଦ୍ୱାରା ଆୟୋଜିତ କ୍ଯୁଜ୍ ପ୍ରତିଯୋଗିତାରେ ବାଜି ମାରିଲେ ହିତ୍ରାଣୀ

Leave a Comment

error: Content is protected !!