ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାରଓ୍ବାଡି ଯୁବା ମଞ୍ଚର ନୂତନ କର୍ମକର୍ତ୍ତା ଚୟନ  ସଭାପତି: ଶ୍ରୀ ଶୈଳେଶ କୁମାର ଓ ସମ୍ପାଦକ: ମୁକେଶ କୁମାର ଅଗ୍ରୱାଲ

ମାରଓ୍ବାଡି ଯୁବା ମଞ୍ଚର ନୂତନ କର୍ମକର୍ତ୍ତା ଚୟନ 

ସଭାପତି: ଶ୍ରୀ ଶୈଳେଶ କୁମାର ଓ ସମ୍ପାଦକ: ମୁକେଶ କୁମାର ଅଗ୍ରୱାଲ

 ଚଳିତ ୨୦୨୫-୨୬ ବର୍ଷ ପାଇଁ ଭବାନୀପାଟଣା ମାରୱାଡି ଯୁବାମଞ୍ଚର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ଯୁବ ସଂଗଠନ ମାରୱାଡି ୟୁବା ମଞ୍ଚ l ଏଥିରେ ସଭାପତି ଭାବରେ ଶ୍ରୀ ଶୈଳେଶ କୁମାର, (ସମାଜସେବୀ) ଉପସଭାପତି ଶ୍ରୀ ଅମନ ଅଗ୍ରୱାଲ, ସମ୍ପାଦକ ଶ୍ରୀ ମୁକେଶ କୁମାର ଅଗ୍ରୱାଲ, ସହ-ସମ୍ପାଦକ ଶ୍ରୀ ଅମନ ଅଗ୍ରୱାଲ (ମୋନୁ) ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀ ଶରତ କୁମାର ଅଗ୍ରୱାଲ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଏବଂ ଆଗରୁ ବହୁ ସାମାଜିକ କାର୍ଯ୍ୟ ମାରୱାଡି ଯୁବାମଞ୍ଚ ଦ୍ଵାରା ଆୟୋଜିତ ହୋଇ ଆସୁଅଛି ଓ ବିଭିନ୍ନ ଜନହିତକର କାର୍ଯ୍ୟ କରିଛନ୍ତି l ଆଗାମୀ ଦିନରେ ଯୁବା ଭବନ ନିର୍ମାଣ, ଆମ୍ବୁଲାନ୍ସ ସେବା, ଶବ ସଂରକ୍ଷକ ଯନ୍ତ୍ର ଓ ଅନ୍ୟାନ୍ୟ ସେବାମୂଳକ କାର୍ଯ୍ୟକମିଟିର ପ୍ରାଥମିକତା ରହିବ ବୋଲି ସଭାପତି ଶ୍ରୀ କୁମାର କହିଛନ୍ତି । ନୂତନ କମିଟିକୁ ମାରଓ୍ବାଡି ପଞ୍ଚାୟତ, ମହିଳା ସମିତି, ଜାଗୃତି ଶାଖା, କରଣ ସମାଜ, ସିନ୍ଧି ସମାଜ, ଲାୟନ ମାଣିକଚନ୍ଦ ଅଗ୍ରୱାଲ, ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଜେପି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଢ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ ଅଭିନନ୍ଦନ ଜଣାଇଛନ୍ତି ।

ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ମନ୍ତ୍ରୀ ଗଣେଶରାମଙ୍କ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Sunil Chandra Nayak

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

masiha

Leave a Comment

error: Content is protected !!