ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ହାଇ ସ୍କୁଲରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ଜୁନାଗଡ଼ ହାଇ ସ୍କୁଲରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ 

ଜୁନାଗଡ଼ ୩/୪ ( ମନୀସ ) ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଦୃଢ ପ୍ରତିଜ୍ଞାବଦ୍ଧ , ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଚଳିତ ବର୍ଷରୁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବ।ଟିକା ଆରମ୍ଭ କରାଯାଇଛି ।ଏହା ମାଧ୍ୟମରେ ୫ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ ଙ୍କୁ ଉତ୍ତମ , ସଂଗଠିତ ଅନୁଭୁତିମୂଳକ ଶିକ୍ଷଣ ପରିବେଶ ମିଳିବ ।ଏହି ମହତ ଉଦେଶ୍ୟକୁ ସଫଳ କରିବା ପାଇଁ ପ୍ରତେକ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଜୁନାଗଡ଼ ହାଇ ସ୍କୁଲ ଠାରେ ଆଜି ଅନୁଷ୍ଟିତ ହୋଇଯାଇଛି ।ଏହି ଅବସରରେ ଜୁନାଗଡ଼ ବି ଡି ଓ ଦେବାଶିଷ କର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାର ପ୍ରାପ୍ତ ଏ ନ ଏ ସି ଅଧକ୍ଷା ହିମାନ୍ଦ୍ରୀ ନ।ଏକ , ବି ଇ ଓ ତପନ କୁମାର ମାଝି ,ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ,ପରିଷଦ ହିମାଦ୍ରୀ ସିନ୍ଦୁର, ସୁଧୀର କୁମାର ବେହେରା, ମଳୟ ମୁଣ୍ଡ,ପ୍ରମୁଖ ଯୋଗ ଦାନ କରି ଖଡ଼ି ଛୁଆଁ କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କୁ ଉତ୍ସ।ହିତ କରିଥିଲେ ।କାର୍ଯ୍ୟକ୍ରମ ରେ ଏ ବିଇଓ ସୁଶାନ୍ତ ଠାକୁର ମଞ୍ଚ ପରିଚାଳନା କରିଥିଲେ ।ଏହି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପାଇଁ ଏକ ରଥ ବାହାରି ବ୍ଲକର ପ୍ରତେକ ଜାଗାକୁ ଯାଇ ଲୋକଙ୍କୁ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଉତ୍ସବ ରେ ଖଡ଼ି ଛୁଆଁ ପାଇଁ ଆସିଥିବା ଶିଶୁ ମାନଙ୍କୁ ଏକ ସ୍କୁଲ ବ୍ୟାଗ କୀଟ ପ୍ରଦାନ କରାଯାଇଥିଲା ।ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗଙ୍କ ନିର୍ଦେଶନାରେ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ସେ ଧନ୍ୟବାଦ ପ୍ରଦାନ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନୁକୁଲ୍ୟରେ ତୃତୀୟ ପ୍ରତିଷ୍ଠା ଦିବସ

କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭଳିଆ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଅ, ଧାନ ର ଏମ.ଏସ.ପି ଡବଲ କର, ପେସା ଆକ୍ଟ ଲାଗୁ କର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରେ ସାଂସଦ ରାଜ୍ୟସଭା ଶ୍ରୀ ନିରଞ୍ଜନ ବିଶି ଙ୍କ କଡା ମନ୍ତବ୍ୟ

masiha

ସହରରେ ବୁଲିଲା ଦନ୍ତା ହାତୀ: ଭୟଭୀତ ଲୋକେ : ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

Sunil Chandra Nayak

Leave a Comment

error: Content is protected !!