ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ କଳାକାର ମାନଙ୍କ ବୈଠକ

ଖଡ଼ିଆଳ ବ୍ଲକ ସଭାଗୃହ ରେ ଖଡ଼ିଆଳ ବ୍ଲକ କଳା ସଂସ୍କୃତି ସଂଘର କଳାକାର ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସଂଘର ଉପ ସଭାପତି ଶ୍ରୀଯୁକ୍ତ ରାଧେଶ୍ୟାମ ବିଶି ଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ବୈଠକରେ ସର୍ବପ୍ରଥମେ ତାଙ୍କଦ୍ଵାରା ନୂତନ କଳାକାର ମାନଙ୍କୁ ଚୟନ ପ୍ରକ୍ରିୟା ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପ୍ରସ୍ତାବ ରଖାଯାଇଥିଲା ଏବଂ ସମସ୍ତ ଉପସ୍ଥିତ କଳାକାର ମାନଙ୍କ ସହମତି ପ୍ରକାଶ ପାଇଥିଲା l ଏଥିରେ ବରିଷ୍ଠ ପlଳା କଳାକାର ଶ୍ରୀଯୁକ୍ତ ଅର୍ଜୁନ ଛତ୍ରିଆ ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ଅର୍ଥ କେଉଁଠୁ ଆସିବ ସେ ନେଇ ଆଲୋଚନା କରିଥିବାବେଳେ ଶ୍ରୀଯୁକ୍ତ ଜଗତରlମ ନାଗ କମିଟି କାର୍ଯ୍ୟକର୍ତା ମାନେ ନିଜ ନିଜ ଦାୟିତ୍ୱରେ ତତ୍ପରତା ପ୍ରକାଶ କରିବାକୁ ମତ ରଖିଥିଲେ l ଶ୍ରୀଯୁକ୍ତ ଭୂଷଣ ଜଗତ ପୂର୍ବରୁ ବ୍ଲକ ସଂଘରେ ରହିଥିବା ଅର୍ଥ କମିଟି ପୁନର୍ବାର ଚାଲୁରଖିବା ପାଇଁ ମତ ରଖିଥିଲେ, କଳାକାର ଫଗନୁ ପୋଡ଼ ମଧ୍ୟ କର୍ମକର୍ତା ମାନଙ୍କ ଉତ୍ତର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ l ପରିଶେଷରେ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ମୁଣ୍ଡ ସଂଘର ଏକତା ବଜାୟ ରଖିବl ସହ ପ୍ରତ୍ୟେକ ଗ୍ରାମ ପଂଚାୟତ ରୁ କଳାକାର ମାନଙ୍କର ମିଶ୍ରଣକୁ ପ୍ରାଧାନ୍ୟ ଦେବାପାଇଁ ବକ୍ତବ୍ୟ ରଖିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରତିନାରାୟଣ ରାଉତ ଙ୍କ କବିତା ବଡ଼ଦାଣ୍ଡ ଜଗନ୍ନାଥ 

ଉପଭୋକ୍ତା ଙ୍କୁ ଆଶ୍ୱସ୍ତି.. ଆଜି ଠାରୁ ହ୍ରାସ ପାଇଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିଜୟା ଦଶମୀରେ ପ୍ରାର୍ଥନା 

Sunil Chandra Nayak

Leave a Comment

error: Content is protected !!