ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲାରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା

ରାୟଗଡ଼ ଜିଲ୍ଲାରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା

ରାୟଗଡ:-ତା. ୪/୦୪-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨୫ ଠାରୁ ୧୪ ଏପ୍ରିଲ ୨୦୨୫ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।

ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ରାୟଗଡ଼ ଙ୍କ ମିଳିତ ସହଯୋଗରେ ଆଜି ଅର୍ଥାତ୍ ୦୪-୦୪-୨୦୨୫ ତାରିଖ ସକାଳ ୭.୩୦ମି ସମୟରେ ରାୟଗଡ଼ ସହର ରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାୟଗଡ଼ ସହର ବିଭିନ୍ନ ସ୍ଥାନ ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ପାଖରେ ଶେଷ ହୋଇଛି। ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

ଏଥିରେ ସ୍ଵୟଂଶାସିତ ମହାବିଦ୍ୟାଳୟ ରାୟଗଡ଼, ସେଞ୍ଚୁ ରିୟାନ କଲେଜ, ରାୟଗଡ଼ ସହର ଅନେକ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଏବଂ ଜିଲ୍ଳାର ବିଭିନ୍ନ ବିଭାଗର ପଦଧିକାରି ଯଥା ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ଶ୍ରୀ ବସନ୍ତ କୁମାର ପ୍ରଧନ,ନିର୍ବାହୀ ଅଧିକାରୀ ରାୟଗଡ଼ ପୌର ପରିଷଦ, ଶ୍ରୀ କୁଲଦୀପ କୁମାର,, ଜିଲ୍ଲା ସଂସ୍କୃତି ଅଧିକାରି ସୁଶ୍ରୀ ସୁସ୍ମିତା ବାଉରୀ,ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ଆଉଭାସ ଚନ୍ଦ୍ର ମଣ୍ଡଳ,ମାନବଧିକାର କର୍ମୀ ଏବଂ ଶକ୍ତି ଅନୁଷ୍ଠାନ ର ସଦସ୍ୟ , ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏବଂ ଗଣ ମାଧ୍ୟମ ପ୍ରତିନିଧି ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଇରଙ୍ଗପୁର ସମେତ ୫ ଟି ପୌରାଞ୍ଚଳ ରେ’ ଡ୍ରିଙ୍କ ଫ୍ରମ ଟେପ୍’ ଲୋକାର୍ପିତ ଏବଂ ୧୩ ଟି ପୌରାଞ୍ଚଳରେ ଶୁଭାରମ୍ଭ

masiha

ଐତିହାସିକ ପୀଠ ପୋଡ଼ାଗଡ ରାସ୍ତା ହୋଇଛି ରାସ୍ତାରୋକ

Sunil Chandra Nayak

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

Leave a Comment

error: Content is protected !!