ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

ଲାଞ୍ଜିଗଡ, ୦୪/୦୪(ମନିସ)-ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ପକ୍ଷରୁ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଅବ୍ୟବହିତ ପୂର୍ବରୁ ଆୟୋଜିତ ଶିବିରକୁ ବେଦାନ୍ତ ସିଏସଆର ବିଭାଗ ମୁଖ୍ୟ ଶିଶିର ତରଫଦାର ଯୋଗ ଦେଇ ଶିବିରର ଉଦଘାଟନ କରିଥିବାବେଳେ ସିଏସଆର ବିଭାଗର ଅଭିନବ ପ୍ରତାପ, ବଣ୍ଟିରାଣୀ ପାଟଗିରି, ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବେଦାନ୍ତ ହସ୍ପିଟାଲର ଡା. ପ୍ରଶାନ୍ତ ପରମାଣିକ, ହସ୍ପିଟାଲର ସହ ପରିଚାଳକ ଅଶୋକ ଖୋରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଭେଷଜ ବିଶେଷଜ୍ଞ ଡା. ବୁଦ୍ଧଦେବ ଗମାଙ୍ଗ, ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ଭବାନୀ ଶଙ୍କର ମହାନ୍ତି, ଶିଶୁ ରୋଗ ବିଶେଷଜ୍ଞ ଡା. ବିକାଶ ରଞ୍ଜନ ପ୍ରହରାଜ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଚନ୍ଦ୍ରଶେଖର ପାଣିଗ୍ରାହୀ, ଦନ୍ତରୋଗ ବିଶେଷଜ୍ଞ ଡା. ପୂଜା ନାୟକ, ଡା. ଶ୍ରେୟାଶୀ ନନ୍ଦୀ, ଫିଜିଓଥେରାପିଷ୍ଟ ଡା. ସଞ୍ଜୟ କୁମାର, ଚକ୍ଷୁରୋଗ ବିଭାଗର ତାରିଣୀସେନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଶତାଧିକ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ବେଦାନ୍ତ ଲିମିଟେଡ ସିଏସଆର ବିଭାଗ ଓ ବେଦାନ୍ତ ହସ୍ପିଟାଲର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ଏନ୍ ତିରୁମାଲା ନାଏକ ଙ୍କ ଗସ୍ତ ର ଦ୍ୱିତୀୟ ଦିନ ଓ ଜିଲ୍ଲା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ 

Sunil Chandra Nayak

ଝାରକୁଣ୍ଡାମାଲ ଗାଁ ରେ ବରହା ଆକ୍ରମଣ ରେ ବୃଦ୍ଧ ଗୁରୁତର

masiha

ସ୍ଵଗର୍ତ ମଧୁସ୍ମିତା ମଲ୍ଲିକଙ୍କ  ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!