ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

କୋରାପୁଟ :- ସ୍ଥାନୀୟ ଡି. ଏ. ଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ କୋରାପୁଟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉକି ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡମ୍ବରରେ “ଓଡ଼ିଆପକ୍ଷ” ପାଳନ କରାଯିବ। ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ବ୍ଲକ ସ୍ତରରୁ ନେଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାମିଲ କରାଯିବ। ସେହି ପରିପ୍ରେକ୍ଷୀରେ ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟଳୟ, କୋରାପୁଟ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା l ଏହି ଶିବିରରେ କଲେଜ ଅଧ୍ୟକ୍ଷ, ପ୍ରାଧ୍ୟାପକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ରୁ ସର୍ବମୋଟ 40 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ପ୍ରତ୍ୟେକ ଜୀବର ମୁଖ୍ୟ ଅଂଶ ହେଉଛି ରକ୍ତ । ଆଉ କ୍ଷେତ୍ରରେ ଏହାର ଆବଶ୍ୟକତା ଖୁବ୍ ଅଧିକ । ଅଭିଭକ୍ତ କୋରାପୁଟ ଜିଲ୍ଲା ରେ ରକ୍ତ ଶିକୁଳୀ ବା ସିକେଲ ସେଲ୍ ଆନିମିଆ ରୋଗୀ ସର୍ବାଧିକ l ଏଭଲି ରୋଗୀ ମାସକୁ ସହ ସହ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ରେ ଆସିଥାନ୍ତି ଓ ସେମାନଂକୁ ହଠାତ ରକ୍ତ ଦରକାର ପଡୁଥାଏ l ବିଭିନ୍ନ ସମୟରେ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବରୁ ରୋଗୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହୋଇଥାନ୍ତି l ଏହାକୁ କୁ ଆଖି ଆଗରେ ରଖି ପ୍ରୋଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାଧ୍ୟାପକ ଡ. ପୂର୍ଣ୍ଣ ଚନ୍ଦ୍ର ତନ୍ତୀ ରକ୍ତ ଦାନ ଶିବିର କୁ ସଂଯୋଜନା କରିଥିଲେ l ଅନୁଷ୍ଠାନ ର ସମସ୍ତ ପ୍ରାଧ୍ୟାପକ ଏବଂ ପ୍ରାଧ୍ୟାପିକା କାର୍ଯ୍ୟକ୍ରମ ଆଯୋଜନ ରେ ସାହାଯ୍ୟ କରିଥିଲେ l ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ର ବ୍ଲଡ୍ ବ୍ୟାଙ୍କ ଅଧିକାରୀ ସମୂହ ରକ୍ତ ଦାନ ଶିବିର କୁ ସୂ ପରିଚାଳନା କରିଥିଲେ l ସମସ୍ତ ଛାତ୍ରଛାତ୍ରୀ ଙ୍କ ସହଯୋଗରେ ରେ 40 ୟୁନିଟ୍ ର ରକ୍ତ ଦାନ ଶିବିର ସଫଳ ରୂପେ ଆୟୋଜନ କରାଯାଇଥିଲା l ଓଡିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ସକାସେ ଏଭଲି ରକ୍ତଦାନ ଶିବିର କୋରାପୁଟ ଠାରେ ଆୟୋଜନ କୁ ସମସ୍ତେ ପ୍ରଶଂସା କରିଥିଲ ଏବ୍ଂ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ସରପଞ୍ଚ ସରକାରଙ୍କ ତରଫରୁ ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ରେ ୨୫ ଜଣଙ୍କୁ ନାମ ପଞ୍ଜିକରଣ କରାଇ ସ୍କୁଲ ଚାଲୁ ରଖିଲେ                             

Sunil Chandra Nayak

କୋଡିଙ୍ଗାମାଳି ଖଣି ପ୍ରଭାବିତ ଗ୍ରାମଗୁଡ଼ିକରେ ଜିଲ୍ଲାପାଳଙ୍କ ଦୁଇଦିନର ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଲୋକଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

Sunil Chandra Nayak

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!