ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ଙ୍କ ମୋଟର ଚୋରି

ଚାଷୀ ଙ୍କ ମୋଟର ଚୋରି

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ପର୍ଲିମାଲ ରେ ଏକ ଚାଷୀ ଙ୍କ ମୋଟର ଚୋରି ହେଇଥିବା ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ , ଆଲୋକ ପାଣିଗ୍ରାହୀ ଙ୍କ ପର୍ଲିମାଲ ରେ ଏକ ବଗିଚା ଅଛି ଓ ସେଠୀ ସେ କଦଳୀ , କଖାରୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିଛନ୍ତି । ଏହି ସବୁ ଚାଷ ରେ ପାଣି ମଡେଇବା ପାଇଁ ନିଜସ୍ବ ଖର୍ଚ୍ଚ ରେ ଏକ ବୋରେୱେଲ ଖନନ କରିଥିଲେ ଏବଂ ସେଠୀ ଏକ ୧.୫ ଏଚ.ପି ର ଏକ ମୋଟର ଲଗାଇଥିଲେ । କିନ୍ତୁ ଗତ କାଲି ରାତି ରେ କିଛି ଦୁର୍ବୃତ ଆସି ସେଠିକାର ମୋଟର , ମୋଟର ତାର , ପେନାଲ ବୋର୍ଡ ଆଦି ଚୋରି କରି ନେଇଛନ୍ତି । ଶ୍ରୀ ପାଣିଗ୍ରାହୀ ଙ୍କ କହିବା ଅନୁଯାୟୀ , ସେ ବହୁତ କଷ୍ଟ ରେ ବୋର୍ ଖନନ କରିଥିଲେ , ଏବଂ ନୂତନ ମୋଟର କିଣିବା ଏବେ ତାଙ୍କ ପକ୍ଷେ ସମ୍ଭବ ନୁହଁ, କିନ୍ତୁ ଗଛ ରେ ପାଣି ନ ଦେଲେ ସମସ୍ତ ଗଛ ମରିଯିବ ଓ ତାଙ୍କ ଏତେ ଦିନର ପରିଶ୍ରମ ବୃଥା ହେଇଯିବ ବୋଲି ଜଣାଇଛନ୍ତି । ସେ ଜଣେ ସାମ୍ବାଦିକ ମଧ୍ୟ ତାଙ୍କ ସାମ୍ବାଦିକ କାମ ସହିତ ଚାଷ କାମରେ ନିଜକୁ ନିୟୋଜିତ କରୁଥିଲେ,ଏହା ଉପରେ ସେ ବିହିତ ପଦକ୍ଷେପ ନେବା ପାଇଁ ବେଲପଡ଼ା ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ଘଟଣା କୁ ଗୁରୁତର ସହ ନେଇ ଅଭିଯୁକ୍ତ କୁ ଧରିବାକୁ ଅନୁରୋଧ କରିଛନ୍ତି, ଏ ବିଷୟରେ ଦରକାର ହେଲେ ଜିଲ୍ଲା ଆରକ୍ଷୀ ଅଧିକାରୀ ମଧ୍ୟ ସାକ୍ଷାତ କରିବେ ବୋଲି କହିଛନ୍ତି. ସାମ୍ବାଦିକ ଜୀବନ ପରେ ଚାଷୀ ହିସାବରେ ପାଣି ମୋଟର ର କେତେ ଗୁରୁତ୍ୱ ତାହା ସେ ଜାଣି ପାରି ଆଗକୁ କୌଣସି ଚାଷୀ କ୍ଷେତ୍ରରେ ନ ଘଟୁ ତେଣୁ ଏହାର ପର୍ଦାଫାଶ ନିହାତି ଦରକାର ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କୋଟିଆ ପାଳିଲା ଓଡ଼ିଶା ଦିବସ ଗୋଟିଏ ମଞ୍ଚରେ ଏକାଠି ହେଲେ ସର୍ବ ଦଳୀୟ ନେତା ଏକାଠି ହେଲେ ବିବାଦୀୟ ଗ୍ରାମବାସି

masiha

ରୂପସା ନୀଳମଣି ମହାବିଦ୍ୟାଳୟ ରେ ଓଡିଆ ପକ୍ଷ ପାଳନ. ରକ୍ତ ଦାନ ଶିବର 

Sunil Chandra Nayak

ଶିକ୍ଷକ ଙ୍କ ଅନ୍ୟତ୍ର ବଦଳି ପରେ ଝୁରିଲେ କନ୍ଦା ବୁଟୁରା ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!