ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୨ତମ ବର୍ଷରେ ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

୧୨ତମ ବର୍ଷରେ

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

ଅଞ୍ଚଳରେ ଏକମାତ୍ର ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଯୋଗୁଁ ଚଳଚଞ୍ଚଳ ସହର….

ସାର୍ବଜନୀନ ଦୁର୍ଗା ପୂଜା କମିଟି, ଶକ୍ତିମଣ୍ଡପ-ଧର୍ମଗଡ଼ ଗତ ୩ ଏପ୍ରିଲ ଠାରୁ ୭ଏପ୍ରିଲ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଶକ୍ତିମଣ୍ଡପ ଠାରେ ୧୨ତମ ବର୍ଷ ପାଇଁ ମହାସମାରୋହରେ ଚାଲିଛି। ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟା ୭ଘଣ୍ଟା ସମୟରେ ସାନ୍ଧ୍ୟ ଆଳତି ଦର୍ଶନ ଓ ପ୍ରସାଦ ବିତରଣ ର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଦିବା ୧ଘଣ୍ଟା ସମୟରେ ସର୍ବସାଧାରଣ ଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ରହିଛି। 

ସୂଚନା ଯୋଗ୍ୟ ଯେ, ଅଞ୍ଚଳରେ ଏକମାତ୍ର ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଯୋଗୁଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।

ସ୍ଥାନୀୟ ସାର୍ବଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଧର୍ମଗଡ଼ ଶକ୍ତି ମଣ୍ଡପରେ ମାଁ ଦୁର୍ଗାଙ୍କ ଏହି ଚୈତ୍ର ନବ ରାତ୍ର ପୂଜା ଚାଲିଛି। ପାଞ୍ଚ ଦିନିଆ ଏହି ବାସନ୍ତୀକ ଦୁର୍ଗା ପୂଜାରେ ଷଷ୍ଠି ତିଥିରେ ବିଲ୍ଵବରଣ, ସପ୍ତମୀରେ ମୁଖ ଦର୍ଶନ ସହ ପୂଜାରମ୍ଭ ହୋଇଥିଲା।ଶନିବାର ଅଷ୍ଟମୀରେ ସନ୍ଧି ପୂଜା ଏବଂ ପ୍ରତ୍ୟହ ଚଣ୍ଡୀ ପାଠ ସହ ହୋମ କରାଯାଉଛି। ସୋମବାର ଦଶମୀରେ ପୂର୍ଣ୍ଣାହୁତି ପରେ ବିସର୍ଜନ କରାଯିବ ବୋଲି ଆୟୋଜକ କମିଟିର ସଭାପତି ଭବାନୀ ଚରଣ ଦାସ ପ୍ରକାଶ କରିଛନ୍ତି। ମୁଖ୍ୟ ପୂଜକ ନିତ୍ୟାନନ୍ଦ ପତି ଓ ସହଯୋଗୀ ପୂଜକ ପୂଜା ଦାୟିତ୍ବ ତୁଲାଉଛନ୍ତି ।କର୍ତ୍ତା ଭାବେ ଆଇନଜୀବୀ କୃପାସିନ୍ଧୁ ପଣ୍ଡା ସସ୍ତ୍ରୀକ ଦାୟିତ୍ଵ ତୁଲାଉଥିବା ବେଳେ ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମେହେର, ସୁମନ୍ତ ପଣ୍ଡା, ବସନ୍ତ ଠାକୁର, ଅନିରୁଦ୍ଧ ଲହଜଲ ପ୍ରମୁଖ ସହଯୋଗ କରୁଛନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ 

masiha

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ମରାମତି ହେଲା ଫାଟିଯାଇଥିବା ପାଇପ 

Sunil Chandra Nayak

କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ

masiha

Leave a Comment

error: Content is protected !!