ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ,କଟକ ଠାରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଶିକ୍ଷକ ଦକ୍ଷତା ବୃଦ୍ଧି କର୍ମଶାଳା 

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ,କଟକ ଠାରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଶିକ୍ଷକ ଦକ୍ଷତା ବୃଦ୍ଧି କର୍ମଶାଳା 

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର (ଆର୍ଟ ଅଫ ଲିଭିଙ୍ଗ) ତରଫରୁ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ,କଟକ ପରିସରରେ ଏକ ୫ଦିନିଆ କର୍ମଶାଳା ଗତ ୩ ତାରିଖ ଏପ୍ରିଲ ଠାରୁ ଆରମ୍ଭ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶ୍ଵବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ବାମୀ ସତ୍ୟ ନାରାୟଣ ଯୋଗଦେଇ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରେ ଏକ ଶିଶୁର ଅଭିଜ୍ଞତା ସାଙ୍ଗକୁ ବୟସ ବଢିବା ସହ ଶିକ୍ଷା ଲାଭର ପ୍ରତ୍ୟେକ ପର୍ଯ୍ୟାୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କର୍ମଶାଳାରେ ରାଜ୍ୟର ୧୩ ଟି ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରର ୮୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଉଛନ୍ତି। ଏହି ପାଞ୍ଚ ଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷା ନୀତି -୨୦୨୦, ବୃତ୍ତିଗତ ଦକ୍ଷତା ବୃଦ୍ଧି, ବିଭିନ୍ନ ବିଷୟରେ ଶୈକ୍ଷିକ ଦକ୍ଷତା ବୃଦ୍ଧି, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତା, ଅନୁଭୂତିଭିତ୍ତିକ ଶିକ୍ଷା ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି। ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର (ଆର୍ଟ ଅଫ ଲିଭିଙ୍ଗ) ର ରାଜ୍ୟ ସ୍ତରୀୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳନା କରିଛନ୍ତି। କାର୍ଯ୍ୟକ୍ରମରେ ଟିଇ ଏଣ୍ଡ ଏସିଇଆରଟି ର ସହ ନିର୍ଦ୍ଦେଶକ ପ୍ରଶାନ୍ତ ରଥ, କେନ୍ଦୁଝରର ଡି ଆଇ ଇ ଟି ର ବରିଷ୍ଠ ପ୍ରଶିକ୍ଷିକା ବେଦସ୍ମିତା ଚକ୍ର, ଅନୁଗୁଳ ର ଆସିଷ୍ଟାଣ୍ଟ ପ୍ରଫେସର ପ୍ଲାବନି ବଲ, ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ସୁଧୀର ମହାପାତ୍ର ପ୍ରମୁଖ ସାଧନକର୍ମୀ ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ପରିଚାଳକ କମିଟି ର ପ୍ରମୋଦ ସ୍ୱାଇଁ , ନିହାର ରଞ୍ଜନ ନାୟକ, ଲଳିତ ମହାନ୍ତି, ଶ୍ରୀୟା ମିଶ୍ର,ତିଳୋତ୍ତମା ସେନାପତି, ତଥା ଜୟନ୍ତ ଦାସ ତଥା ଅନ୍ୟାନ୍ୟ ସଦସ୍ୟ କାର୍ଯ୍ୟ ପରିଚାଳନା କରୁ ଛନ୍ତି।ପ୍ରଶିକ୍ଷଣ ଆରମ୍ଭ ପ୍ରଥମରେ ରାଜ୍ୟ ସ୍ତରୀୟ ସଦସ୍ୟ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଗୁରୁପୂଜା କରାଯାଇଥିଲା। ଶିକ୍ଷା ଗ୍ରହଣ ସକାଶେ ପଠାଣି ସାମନ୍ତ କେନ୍ଦ୍ର, ଭୁବନେଶ୍ୱର, ତଥା ବିଭିନ୍ନ ଗଣିତ ଓ ବିଜ୍ଞାନ ରିସର୍ଚ ସେଣ୍ଟର ଗୁଡ଼ିକ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ସକାଶେ ପରିଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୭ତାରିଖ ଯାଏଁ ଚାଲୁ ରହିବ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତୀୟ ହକର ଦିବସ ପାଳିତ.

ବସୁଧାରେ ପ୍ରଯ୍ୟାପ୍ତ ପାଣି ନ ମିଳିବାରୁ ଚିଚିଆ ସରପଞ୍ଚଙ୍କ ବିକଳ୍ପ ବ୍ୟବସ୍ଥା

Sunil Chandra Nayak

୨ ନମ୍ବର ଜୋନ୍ ସରପଞ୍ଚ ସଂଘର ୭ ତମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!