ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର ୧୯ ଥାନାରେ ଶାନ୍ତି ବୈଠକ ଅନୁଷ୍ଠିତ 

ସେକ୍ଟର ୧୯ ଥାନାରେ ଶାନ୍ତି ବୈଠକ ଅନୁଷ୍ଠିତ 

ରାଉରକେଲା: ଆଗାମୀ ରାମନବମୀ ପାଇଁ ସେକ୍ଟର ୧୯ ଥାନା ତରଫରୁ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୧୯ ଥାନା, ଆମ ପୁଲିସ ଓ ସ୍ଥାନୀୟ ସଂଖ୍ୟାଲଘୁ ଓ ସାଧାରଣ ଜନସାଧାରଣ ଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସ ତରଫରୁ ଡ଼ଃ ସୁମନ ଦତ୍ତ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ନାୟକ କହିଲେ ଯେ ଚଳିତ ବର୍ଷ ଦୁଇଟି ମହାବୀର ଯୁବକମିଟି ଆଖଡ଼ା ଓ ସମଲେଶ୍ଵରୀ ଆଖଡ଼ା କମିଟି ତରଫରୁ ଶୋଭାଯାତ୍ରା ବାହାରିବ। ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା,୬୫ ଡିସିବିଲ ରୁ ଅଧିକ ଶବ୍ଦ ନକରିବା, ଟ୍ରାଫିକ ନିୟମ ମାନିବା,ମଦ୍ୟପ ଙ୍କୁ ଶୋଭାଯାତ୍ରାରେ ସାମିଲ ନକରିବା, ଅଶ୍ଳିଳ ନୃତ୍ୟ ପରିବେଷଣ ନକରିବା, ଡ଼ାକବାଜି ଯନ୍ତ୍ର ବଜାଇବା ପାଇଁ ପ୍ରଶାସନ ଓ ସ୍ଥାନୀୟ ପୁଲିସ ର ଅନୁମତି ପତ୍ର, ଶୋଭାଯାତ୍ରା ରେ ଆଖଡା କମିଟିର ମୁଖ୍ୟ ଓ ପୁଲିସ ମଧ୍ୟରେ ସମନ୍ଵୟ, ବିପଦ ଜନକ ଖେଳ ଉପରେ ନିଷେଧାଦେଶ, ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୈ।ହାର୍ଦ୍ଧପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ସେ ଅନୁରୋଧ କରିଥିଲେ। ଡ଼ଃ ଦତ୍ତ ତାଙ୍କ ବକ୍ତବ୍ୟରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ରାମନବମୀ ପାଳନ କରିବା ପାଇଁଁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ ରାଜେଶ ବେହେରା, ଏସଆଇ ଏ ମାରାଣ୍ଡି, କୁଞ୍ଜବିହାରୀ ରାଉତ, ସୁବାସ ଗୁପ୍ତା, ନିହାର ଦାସ, ଗଣେଶ ଜୟସିଂହ, ସନ୍ତୋଷ ସ୍ବାଇଁ, ଚନ୍ଦ୍ରକାନ୍ତ ସାହୁ, ରହମତ୍, ଏମ୍ ଡି ମିରାଜ ଖାନ୍, ଏମଡି ନୈ।ସାଦ ଖାନ୍,ଅମିର ନାୱର ଖାନ୍,ଫାରୁକ, ସୁଶାନ୍ତ ସ୍ବାଇଁ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାବିତ୍ରୀ ନାଏକ ନିଖୋଜ: ଖୋଜରେ ଅଛନ୍ତି ସମାଜିକ ସହଯୋଗ ବସନ୍ତପୁର ପଞ୍ଚାୟତ, କେନ୍ଦୁଝର ଜିଲ୍ଲା, ଝୁମ୍ପୁରା ବ୍ଲକ

Sunil Chandra Nayak

କୁମାର ଉତ୍ସବ ଆସନ୍ତା ୨୮ରେ….

masiha

ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ:୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା 

masiha

Leave a Comment

error: Content is protected !!