ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

‌ରାଇରଙ୍ଗପୁରରେ ୪୦ ତମ ମା’ ଵାସନ୍ତିକ ପୂଜା

‌ରାଇରଙ୍ଗପୁରରେ ୪୦ ତମ ମା’ ଵାସନ୍ତିକ ପୂଜା

 

 ମୟୂରଭଞ୍ଜ – ୫/୦୪ 

 ଶରଣାଗତ ଦିନାର୍ତ୍ତମଂ ପରିତ୍ରାଣ ପରାୟଣୀ,
ସର୍ଵସ୍ଯାର୍ତ୍ତ ହରେ ଦେବୀ ନାରାୟଣୀ ନମସ୍ତୁତେ ।

ରାଇରଙ୍ଗପୁର ମେଡିକାଲ ଛକ ସ୍ଥିତ ପୂଜା ମଣ୍ଡପରେ ସାର୍ବଜନୀନ ମା’ ଵାସନ୍ତୀ ପୂଜା କମିଟି, ରାଇରଙ୍ଗପୁର ଆନୁକୁଲ୍ୟରେ ୪୦ ତମ ମା’ ଵାସନ୍ତିକ ତ୍ରୀଦିନାତ୍ମକ ମଧୁ ପାର୍ବଣ ମୃଣ୍ମୟୀ ଦେଵୀ ପୂଜା ଶୁଭାରମ୍ଭ ହୋଇଛି ।ଗୁରୁବାର୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ସୋମବାର ପର୍ଯ୍ୟନ୍ତ ପୂଜାକାର୍ଯ୍ୟ ଚାଲୁ ରହିବ । କାର୍ଯ୍ଯ ନିର୍ଘଣ୍ଟ ଅନୁଯାୟୀ ୩ ତାରିଖ ଗୁରୁବାର ଷଷ୍ଠୀ ଦିନ ସଂନ୍ଧ୍ୟାରେ ମା’ଙ୍କ ବିଲ୍ବ ବ୍ରଣ,ବେଲ ବୃକ୍ଷ ଶୋଧନ,ମଣ୍ଡପ ସଂସ୍କାର,କୁଣ୍ଡ ମଣ୍ଡଳ ,୪ ତାରିଖ ଶୁକ୍ରବାର ସପ୍ତମୀ ଦିନସକାଳ ୮.୩୦ ଟାରେ କଳଶ ଯାତ୍ରା ଓ ଘଟ ଉତ୍ତୋଳନ ୧୦.୩୦ ରେ ପୂଜାରମ୍ଭ ନବ ପତ୍ରିକା ପ୍ରବେଶ ସପ୍ତମୀ ବିହିତ ବିଶେଷ ପୂଜା ,ଚଣ୍ଡୀପାଠ,ହୋମ, ପ୍ରସାଦ ସେବନ କରାଯାଇଥିଲା ।ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ,ସହଯୋଗୀ ଜନନ ରଞ୍ଜନ ଦାସ ଏବଂ ଅନ୍ୟମାନେ ପୂଜା କାର୍ଯ୍ୟକ୍ରମକୁ ରୀତିନୀତି ଅନୁସାରେ ଆଗେଇ ନେଇଥିବାବେଳେ କର୍ତ୍ତା ହିସାବରେ କୁନା ମହାନ୍ତ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ଵ ନିଭାଇଛନ୍ତି। ଶ୍ରଦ୍ଧାଳୁମାନେ ନଵଵସ୍ତ୍ର ପରିଧାନ କରି ଫଳ,ଫୁଲ ନୈଵୈଦ୍ଯ ନେଇ ଭୋଗରାଗ କରି ମା’ ଙ୍କ ପାଖରେ‌ ପୂଜାର୍ଚନା କରି ପରିବାରର ଓ ସମାଜର ମଙ୍ଗଳ କାମନା ପ୍ରାର୍ଥନା କରୁଥିବାୟ ଲକ୍ଷ୍ଯ କରା ଯାଉଥିଲା ।୫ ତାରିଖ ଶନିବାର ଅଶୋକା ଅଷ୍ଟମୀ ଦିନ ମା’ ବାସନ୍ତିକ ଅଷ୍ଟମୀ ବିହିତ ବ୍ରତ ପୂଜନ, ମହାସ୍ନାନ,ଉପରାର୍ଚନ,ହୋମ ଏବଂ ରାତି ୭.୩୦ ଟାରେ ସନ୍ଧିପୂଜନ ; ୬ ତାରିଖ ରବିବାର ନବମୀ ଦିନ ସକାଳ୯.୩୦ ରେ ଶ୍ରୀରାମ ନବମୀ ବାସନ୍ତୀ ଦେବୀ ପୂଜନ,୧.୩୦ ରେ ନବ କୁମାରୀ ପୂଜା, ଚଣ୍ଡୀପାଠ,, ସଂନ୍ଧ୍ୟାରେ ରେ ହୋମ ଏବଂ ପରେ ପୁର୍ଣାହୁତି କାର୍ଯ୍ୟକ୍ରମ; ୭ ତାରିଖ ସୋମବାର ଦଶମୀ ଦିନ ବିଜୟା ଦଶମୀ ଅପରାଜିତା ପୂଜା,ଦଶମୀ ବିହିତ ବିଶେଷ ପୂଜନ ଅପରାଜିତା ସ୍ତୋତିପଠନ,ମୂର୍ତ୍ତି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।କାର୍ଯ୍ଯକ୍ରମକୁ କମିଟିର ସମସ୍ତ ସଦସ୍ୟ ପରିଚାଳନା କରୁଥିବାବେଳେ ଇଚିଣ୍ଡା ଗ୍ରାମବାସୀ , ଶ୍ରଦ୍ଧାଳୁମାନେ ସକ୍ରିୟ ସହଯୋଗ କରୁଥିବା ଜଣାପଡ଼ିଛି । । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

ଜୀବନଖୋଲର ବାବା ଜୀବନେଶ୍ୱର 

Sunil Chandra Nayak

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!