ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ଡାବୁଗାଁ ରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର:(୬|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ବିଜେପି ର ପ୍ରତିଷ୍ଠା ଦିବସ ପାଳନ କରା ଯାଇଛି। ଡାବୁଗାଁ ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବରିଷ୍ଠ ନେତା ଦିୱାନ ସିଂ ବିଜେପି ର ଇତିହାସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ୬ ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠା କରା ଯାଇଥିବା ଭାରତୀୟ ଜନତା ପାର୍ଟି ବିଶ୍ବର ସର୍ବ ବୃହତ ରାଜନୈତିକ ଦଳ ବୋଲି ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ। ଦଳର ବରିଷ୍ଠ ନେତା ଜେ ରାଜଶେଖର ରାଓ, ନରେଶ ସିଂ ଲାଲ୍, ମନୋରମା ନାୟକ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆର୍ ଶଙ୍କର ରାଓ, ଜି ସତ୍ୟ ରାଓ,ଓ୍ବାଇ ରାଜ କୁମାର, ଜି କିରଣ କୁମାର, ନରୁ ସିଂ, ହରିହର ଡଙ୍ଗରୀ, ଦିନେଶ ସିଂ ଲାଲ୍, ଭୀମସେନ ଜେନା, ପପିନ୍ ମୁନି, ଜଗନ୍ନାଥ ଗୌଡ, ଲଛୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଡାବୁଗାଁ ମଣ୍ଡଳ ରେ କାର୍ଯ୍ୟକର୍ତ୍ତା ମାନେ ଆଜି ନିଜ ନିଜ ଘରେ ଗୌରବ ର ସହ ଦଳୀୟ ପତାକା କୁ ଲଗାଇ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଦର ବ୍ଲକ ଅନ୍ତର୍ଗତ ଚହ ଗାଁ ପଂଚାୟତ ର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନ !!

masiha

ଜାତୀୟ ସେବା ଯୋଜନା ଦିବସ ପାଳିତ

masiha

ସାହିତ୍ୟ ହେଉଛି ମଣିଷ ମନର ଅନ୍ତସ୍ୱର – ରାଜୀବ ପାଣି  ନାରୀ ମନର ଅନ୍ତ ଚେତନାର ସ୍ୱର ହେଉଛି ସ୍ମୃତି ଓ ସାନ୍ତନା ସାହିତ୍ୟ ସଂସଦ – ସବିତା ରାଣି ବେହେରା 

Sunil Chandra Nayak

Leave a Comment

error: Content is protected !!