ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା ବାରଣାସୀ ଯାତ୍ରା 

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା ବାରଣାସୀ ଯାତ୍ରା 

ନୂଆପଡା, ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ସାମିଲ ହୋଇ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଏହି ଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ନୂଆପଡା ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଘନଶ୍ୟାମ ମୁଣ୍ଡ ,ସହାୟକ ଜିଲ୍ଲାପାଳ, ବିଜୟ ଛତ୍ରିଆ ପତାକା ଦେଖାଇ ବସ୍ ଯୋଗେ ଯାତ୍ରାର ଶୁଭାରମ୍ଭ କରିଥିଲେ l ସେମାନେ ମଙ୍ଗଳବାର ରାୟଗଡ଼ାରୁ ରେଳ ଯୋଗେ ଯାତ୍ରା କରି ୧୩ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଏକ ସୁଖଦ ଯାତ୍ରା କାମନା କରି ସମସ୍ତେ ବିଭୁ କୃପା ଲାଭ କରି ଏକ ଦିବ୍ୟ ଅନୁଭୂତି ନେଇ ଫେରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତିରିଂ ମାଙ୍କିଡିହୀଘାଟୀରେ ବିଶ୍ବ ଆଦିବାସୀ ଦିବସ ସମାରୋହ ଧୂମଧାମରେ ପାଳିତ 

masiha

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ ପ୍ରତିଶତ

masiha

Leave a Comment

error: Content is protected !!