ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚ୍ଚିଦାନନ୍ଦ ସ୍ମୃତି ସମିତି ର ସ୍ବତନ୍ତ୍ର ସାରସ୍ବତ ସମାବେଶ 

ସଚ୍ଚିଦାନନ୍ଦ ସ୍ମୃତି ସମିତି ର ସ୍ବତନ୍ତ୍ର ସାରସ୍ବତ ସମାବେଶ 

ରାଉରକେଲା: ସଚ୍ଚିଦାନନ୍ଦ ସ୍ମୃତି ସମିତି ର ସ୍ବତନ୍ତ୍ର ସାରସ୍ବତ ସମାବେଶ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ପ୍ରଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତି ଓ ଆଲୋଚକ ଭାବେ କବି ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଆଦି ସାହିତ୍ୟ ର ଅନନ୍ୟ ପୁରୁଷ ମହାକବି ସାରଳା ଦାସ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚକ ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଜାତୀୟ ଜୀବନର କବି ଥିଲେ ସାରଳା ଦାସ। ସମାଜ ରେ ଆତଯାତ ହେଉଥିବା ଚରିତ୍ର ତାଙ୍କ ରଚନାରେ ପ୍ରକାଶ ହୋଇଛି। ଜଗନ୍ନାଥ ଙ୍କ କଥା ପ୍ରାକୃତ ଭାଷାରେ ପ୍ରଥମେ ସାରଳା ଦାସ କରିଥିଲେ। ଏହା ସହ ପୁରୀରେ ଜଗନ୍ନାଥ, ବ୍ରହ୍ମା କିପରି ଶୁଭଦ୍ରାଙ୍କ ମଧ୍ୟରେ ପ୍ରକଟିତ,କୃଷ୍ଣ କିପରି ଜଗନ୍ନାଥ, ଦୁର୍ଯୋଧନ ଓ ତାଙ୍କ ପୁତ୍ର ଲକ୍ଷ୍ମଣ ର ବାର୍ତ୍ତାଳାପ, ରକ୍ତ ନଦୀରେ ଦୁର୍ଯୋଧନ କିପରି ପୁତ୍ରର ଶବ ଉପରେ ନଦୀ ପାରିହେବା ସମୟରେ ଭାବୋଦ୍ଦୀପକ ବିଷର୍ଣ୍ଣ ମନ,ଭୀମ ଭାରଜା, ମହାଭାରତର ଗଙ୍ଗା କିପରି ଶାନ୍ତ ତଥା ସାରଳା ଦାସ ଙ୍କ ଗଙ୍ଗା କିପରି ଉଗ୍ର ଓ କ୍ରୋଧି,ସେ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଶ୍ରୀମତୀ କବି ଶତପଥୀ ସ୍ବାଗତ ଭାଷଣ ସହ ସ୍ବତନ୍ତ୍ର ସାରସ୍ବତ ସମାବେଶର ଆଭିମୁଖ୍ୟ ଓ ସଭାପତି ଶ୍ରୀ ତ୍ରିପାଠୀ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କବି, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ସାରସ୍ଵତ ଜଗତର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିଳାନ୍ଯାସକୁ ନେଇ ହେଲା ସାମ୍ବାଦିକ ସମ୍ମିଳନୀ

masiha

ଚାଷୀ ଓ ଶ୍ରମିକଙ୍କ ଦାବି ପୂରଣ କଲେ ବିଧାୟକ

Sunil Chandra Nayak

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!