ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ନବମ ଦିବସରେ ” “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ ନବମ ଦିବସରେ ” “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ନବମ ଦିବସରେ ” “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ତଥା ଅଧ୍ୟାପିକା ସଂଗୀତା ତ୍ରିପାଠୀ , ଓଡିଆ ବିଭାଗ ମୁଖ୍ୟ ନନ୍ଦିତା ମିଶ୍ର, ଅର୍ଥନୀତି ବିଭାଗ ମୁଖ୍ୟ ଦିଲ୍ଲୀପ ହୋତା,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ ଓଡିଆ ଭାଷା ,ସାହିତ୍ୟ , ସଂସ୍କୃତି କୁ ବଞ୍ଚାଇବାକୁ ହେଲେ ନିହାତି ଭାବେ ବହି ଟିଏ କିଣିବା ଓ ପଢ଼ିବା ଉପରେ କହିଥିଲେ। ଆଜିଠାରୁ ପୁସ୍ତକ ପଠନ ଏକ ଦୈନଦିନ ଅଭ୍ୟାସ ରୂପେ ଗ୍ରହଣ କଲେ ଆମେ ନିଶ୍ଚିତ ଭାବେ ଆହୁରି କାଳଜୟୀ ଉପନ୍ୟାସ,ଗଳ୍ପ,କବିତା ପଢ଼ିବା ଓ ସ୍ରଷ୍ଟା ଙ୍କୁ ଉତ୍ସାହିତ କରିପାରିବା ବୋଲି ମତ ପ୍ରକାଶ ପାଇଥିଲା।ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ଓଡ଼ିଆ ଜାତିର ମହାନ୍ ଲେଖକ ଙ୍କର ରଚିତ ପୁସ୍ତକ , ମହାପୁରୁଷ ଙ୍କ ଜୀବନୀ ପୁସ୍ତକ ଗୁଡ଼ିକ ପ୍ରଦାନ କରିଥିଲେ।ସେଭଳି ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନୁଷ୍ଠିତ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଭାଗ ନେଇ ଓଡ଼ିଶା ର ପୁସ୍ତକ, ଭାଷା,ସଂସ୍କୃତିକୁ ସମୃଦ୍ଧ କରିବାର ଲକ୍ଷ୍ୟ ନେଇ ଓଡ଼ିଆ ପୁସ୍ତକ କିଣିବା ଏବଂ ପଢ଼ିବା ପାଇଁ ସଂକଳ୍ପ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ଗଣ ଧାରଣା ଓ ଆମରଣ ଅନଶନ: ପ୍ରଶାସନ ହସ୍ତକ୍ଷେପ ପରେ ଅନଶନ ପ୍ରତ୍ୟାହୃତ

Sunil Chandra Nayak

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ  କଲଚରାଲ ଏକାଡେମୀ ର ସାହିତ୍ୟ ସଭା

masiha

ରଖିଦେଉ ନାହାନ୍ତି ଖାଦ୍ୟ ସାମଗ୍ରୀ ଗାଁ ମୁହାଁ ମାଙ୍କଡ଼ 

masiha

Leave a Comment

error: Content is protected !!