ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋକୁ ଧକ୍କା ଦେଲା ପଲସର; ବାଇକ୍ ଚାଳକ ମୃତ

ଅଟୋକୁ ଧକ୍କା ଦେଲା ପଲସର; ବାଇକ୍ ଚାଳକ ମୃତ

 ମୟୂରଭଞ୍ଜ- ୯/୦୪ // ଆଜି ଅପରାହ୍ନରେ ଜନୈକ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା କୁ ଯାଉଥିବା ସମୟରେ ବିଜାତଳା ବଜାର ରାସ୍ତା ଉପରେ ଅଟୋ ସହିତ ଧକ୍କା ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଵିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇଥିଲା । ଗୁରୁବାର ଦିନ ସକାଳେ ଶବ ବ୍ୟବଚ୍ଛେଦ କରାଯିବ ।ମୃତ ଯୁବକଙ୍କ ଘର‌ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର ମୁରୁଗାଘୁଟୁ ଗ୍ରାମର ମାନ ମୁର୍ମୁ (୨୨) ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି ଜିଲ୍ଲା ସୈନିକ ବୋର୍ଡ ଠାରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

Sunil Chandra Nayak

ଭାରତର ସ୍ବାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ ତମ ଫାଶୀ ଦିବସ ଡିୱାଇଏଫଆଇ,ଏସଏଫଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ପାଳିତ

Sunil Chandra Nayak

ଏକାଧିକ ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!