ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ର ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ର ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

ରାଉରକେଲା: ସାମାଜିକ ପ୍ରତିବଦ୍ଧତା ରଖିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ତରଫରୁ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ହାଇଟେକ୍ ମେଡିକାଲ କଲେଜ ର ସହ ମହାପ୍ରବନ୍ଧକ ଶୁଭାଶିଷ ତ୍ରିପାଠୀ ଓ ସହଯୋଗୀ ଅଙ୍କିତ ରାଉତ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ଶିବିରରେ ଗ୍ୟାଷ୍ଟ୍ରୋଲୋଜିଷ୍ଟ ଡାକ୍ତର ଜୟନ୍ତ ନନ୍ଦ ଯୋଗଦେଇ ପେଟ ସମସ୍ୟା, ଖାଦ୍ୟ, ଗ୍ୟାଷ୍ଟିକ,ଲିଭର, ପାକସ୍ଥଳୀ, ବଦହଜମୀ,ଝାଡ଼ା ଅତ୍ୟଧିକ ହେବା ଓ ନହେବା ଇତ୍ୟାଦି ନିଶୁଳ୍କ ସେବା ପ୍ରଦାନ କରିବା ସହ ନିଶୁଳ୍କ ଔଷଧ ବିତରଣ ତଥା ଆବଶ୍ୟକ ପରାମର୍ଶ ଦେଇଥିଲେ। ଏଥିରେ ମେଡିସିନ ବିଭାଗର ଡାକ୍ତର ପ୍ରଯୁକ୍ତି ବିଶ୍ବାଳ, ଡାକ୍ତର ରତିକାନ୍ତ ସେଠୀ ଉପଯୁକ୍ତ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ ତରଫରୁ ପାବନୀ ପାଣିଗ୍ରାହୀ, ସଂଗୀତା ଓରାମ, ସଞ୍ଜୁକ୍ତା କୁଜୁର,ରାଧିକା ଏକ୍କା, ଜ୍ଞାନରଞ୍ଜନ ଦାସ,ସାଗରଦୀପ ରାଉତ ଓ ଅବସର ଭବନ ର ସଭାପତି ଅଭୟ କୁମାର ଦାସ, ସମ୍ପାଦକ ପ୍ରେମାନନ୍ଦ ସାମଲ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶତାଧିକ ବ୍ୟକ୍ତି ଏହି ଶିବିରରେ ନିଶୁଳ୍କ ଚିକିତ୍ସା ସେବା ପାଇଥିବାରୁ ମେଡିକାଲକୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା ଦୁଇଟି ଗାଁରୁ ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ 

masiha

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

masiha

Leave a Comment

error: Content is protected !!