ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

ଜୁନାଗଡ଼ ( ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ ଗ୍ରାମ ଠାରେ ତା- ୧୧/୦୪ରିଖ ଶୁକ୍ରବାର ଦିନ ସଂଧ୍ୟା ୫:୦୦ ଘଣ୍ଟା ସମୟରେ ଗ୍ରୀଣ୍ଡୋଲ ଗ୍ରାମ ର ଶତାଧିକ ମହିଳା କଲସ ଯାତ୍ରା ରେ ଗାଆଁ ପୋଖରୀ ରୁ କଳସ ଆଣି ସ୍ଥାପନ ପରେ ଅଧିବାସ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ତା-୧୨/୦୪ରିଖ ଶନିବାର ଠାରୁ ତା -୧୪/୦୪ ରିଖ ସୋମବାର ପର୍ଯ୍ୟନ୍ତ ମହା ଆଡମ୍ବରରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଚାଲୁଅଛି । ଗ୍ରୀଣ୍ଡୋଲ ଗ୍ରାମର ଚତୁଃପାର୍ଶ୍ଵରେ ରାମ ନାମ ଶବ୍ଦ ଗୁଞ୍ଜରିତ ହେଉଅଛି ଏବଂ ଆଧ୍ୟାତ୍ମିକ ପରିବେଶରେ ନାମ ଯଜ୍ଞ ଚାଲୁଅଛି ।ଅଖଣ୍ଡ ନାମ ଯଜ୍ଞ ରେ ଯଜ୍ଞ କର୍ତ୍ତା ଭାବରେ ଶ୍ରୀଯୁକ୍ତ କୈଳାସ ମୁଣ୍ଡ ଓ ତାଙ୍କ ଧର୍ମପତ୍ନୀ ଯାଜ୍ଞସିନୀ ମୁଣ୍ଡ କାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ଭାବେ ଗୌତୁମ ଯୋଶୀ ଓ ତାଙ୍କ ସାଥି କାର୍ଯ୍ୟ କରିଥିଲେ।ଏହି ନାମ ଯଜ୍ଞ ରେ ବିଭିନ୍ନ ଗ୍ରାମ ରୁ ୮ ଗୋଟି ସଂକିର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଅହ ରହ ହରି ନାମ ଗାନ କରୁଛନ୍ତି । ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ରେ ସଭାପତି ଭାବେ ରଜନା ମାଝୀ, ସଂପାଦକ ଅର୍ଜୁନ କୁମର ମୁଣ୍ଡ କୋଷାଧ୍ୟକ୍ଷ ଆଶୁତୋଷ ପଣ୍ଡା, ବ୍ରହ୍ମା ପ୍ରସାଦ କାଣ୍ଡ, ପବିତ୍ର ଭୋଇ, ଗଜେନ୍ଦ୍ର ମାଝୀ, ଦିବାକର କେତକୀ,କମଲ ମାଝୀ,ଟିକେ ଚନ୍ଦ୍ର ମାଝୀ, ସୁରେଶ ବନ୍ଦିଛୋଡ,ରଥ ମହାନନ୍ଦ, ଭଗତରାମ ବେହେରା,ଆଦିତ୍ୟ ଚନ୍ଦନି , ଗିରିଧାରୀ କାଣ୍ଡ ଛବି ମାଝୀ,ଅନ୍ତରାମ କାଣ୍ଡ କାର୍ଯ୍ୟତୁଲାଉ ଥିବାବେଳେ ଗ୍ରୀଣ୍ଡୋଲ ଗ୍ରାମ ସମସ୍ତ ଜନସାଧାରଣ ସହଯୋଗ କରିଥିଲେ। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଉପସ୍ଥିତ ରହି ହରି ନାମ ପାନ କରିବା ସହ ଅର୍ଣ୍ଣ ଛତ୍ର ରେ ଭୋଗ ସେବନ କରୁଛନ୍ତି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗ ଜ୍ଜିବନ ସାଙ୍କ ରିପୋର୍ଟ

Related posts

ପୋଖରିଆ ଗ୍ରାମରେ ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ

Sunil Chandra Nayak

୧୭ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ ସୁନାପାଙ୍ଗା ପରିଭ୍ରମଣ କଲେ 

Sunil Chandra Nayak

ସାବିତ୍ରୀ ଅମାବାସ୍ୟା ରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତଙ୍କୁ ଦର୍ଶନ ଦେଲେ 

Leave a Comment

error: Content is protected !!