ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

ସୁନ୍ଦରଗଡ଼, ୧୩/୦୪/୨୫: ଓଡ଼ିଆ ପକ୍ଷ ପାଳନର ୧୩ ତମ ଦିବସକୁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ – ଆମ ରୁଚି ଆମ ଖାଦ୍ୟ ଭାବେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ପୌରପାଳିକାଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବରିଷ୍ଠ ଆଇନଜୀବି ଶ୍ରୀ ଅଶୋକ ଦାସ, ଅନ୍ୟାନ୍ୟ ଅଧିକାରୀ, ପୌରପାଳିକା ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ ଯେ , ଆମ ପାରମ୍ପରିକ ଖାଦ୍ୟ କେବଳ ଯେ ସ୍ୱାଦ ଦୃଷ୍ଟିରୁ ଉନ୍ନତ ତାହା ନୁହେଁ, ବରଂ ସ୍ୱାସ୍ଥ୍ୟ ଓ ଶରୀର ମଧ୍ୟ ଲାଭ ଦାୟକ। କାରଣ ଏହି ସବୁ ଖାଦ୍ୟ ଗୁଡ଼ିକ ରେ କୌଣସି ରାସାୟନିକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ ନାହିଁ। ସେହିଭଳି ଆମ ହାଣ୍ଡିଶାଳରୁ ହଜି ଯାଉଥିବା ଏହିସବୁ ବ୍ୟଞ୍ଜନଗୁଡ଼ିକୁ ତଥା ଅନେକ ପାରମ୍ପରିକ ପିଠା, ପଣା ଆଦିକୁ ଆଜିର ପିଢ଼ି ମଧ୍ୟରେ ପୁନଃ ଆଦୃତ କରାଇବା ଏହି ଦିବସର ମୂଳ ଲକ୍ଷ୍ଯ ବୋଲି ଅତିଥିମାନେ କହିଥିଲେ। 

      ସେହିଭଳି ଆଜି ସମସ୍ତ ବ୍ଲକ୍ ଅଞ୍ଚାଳ ରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଅତିଥିମାନେ ଏବଂ ଅଂଶଗ୍ରହକାରୀ ମାନେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ, ପିଠାପଣା ଆଦିର ମଜା ନେଇଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିକ୍ଷୟିତ୍ରୀ ଙ୍କୁ ବିଦାୟି କାଳିନ ସମ୍ବର୍ଦ୍ଧନା

Sunil Chandra Nayak

ରାୟଗଡା ସିଜିମାଳି ପାହାଡ଼ରେ ମଧ୍ୟରାତ୍ରୀ ପୋଲିସ ଆକ୍ରମଣ: ଆଦିବାସୀଙ୍କ ଘର ଭାଙ୍ଗି,ମହିଳାଙ୍କୁ ନିର୍ଯାତନା ଘଟଣା ରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ମଣ୍ଡି ସଚେତନତା ରଥ ଏବଂ କର୍ମଶାଳା ଉଦଘାଟିତ

masiha

Leave a Comment

error: Content is protected !!