ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମା ଶାରଳ ପୂଜା 

ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମା ଶାରଳ ପୂଜା 

ରାଉରକେଲା: ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପରିସରରେ ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମା ଶାରଳାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ପ୍ରଭାତ କିଶୋର ସ୍ବାଇଁ ଓ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଏସପି ର ପ୍ରାକ୍ତନ ମୁଖ୍ୟ ଅତନୁ ଭୈ।ମିକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଆରଏସପି ଅଫିସର ଆସୋସିଏସନ୍ ର ସଭାପତି ଅବକାଶ ବେହେରା ପ୍ରମୁଖ ଯୋଗଦେଇ ମା ଶାରଳାଙ୍କ ପୂଜାରେ ଅଂଶଗ୍ରହଣ କରିବା ସହ ପଣା ଗ୍ରହଣ କରିଥିଲେ। ଏହି ଅବସରରେ ଚିତ୍ରକଳା ତରଫରୁ ଏକ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ସହରର ବହୁ ସଂଗୀତ ଶିଳ୍ପୀ ଭଜନ ପରିବେଷଣ କରିଥିଲେ। ସେହିପରି ମା ଶାରଳାଙ୍କ ପୂଜାରେ କର୍ତ୍ତା ଭାବେ ଭବାନୀ ପ୍ରସାଦ ଦାସ ଓ ନିହାର ବାଳା ଦାସ ତଥା ପୂଜକ ଭାବେ ସଞ୍ଜୟ କୁମାର ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ଏହି ଅବସରରେ ଜ୍ୟୋତିର୍ମୟ ଆଚାର୍ଯ୍ୟ, ଶରତ ଚନ୍ଦ୍ର ପଣ୍ଡା, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପରେ ସମସ୍ତଙ୍କ ମଧ୍ୟରେ ପଣା ଓ ପ୍ରସାଦ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ କୋଷାଧ୍ୟକ୍ଷ ବାଇଧର ପ୍ରଧାନ,ମଳୟ ନାୟକ, ପ୍ରଫୁଲ୍ଲ ଭୋଇ, ସୁଧାଂଶୁ ସୂତାର,କବିନ୍ଦ୍ର ସ୍ବାଇଁ, ସୁଶାନ୍ତ ରାଉତ, ରାଜକିଶୋର ନାୟକ, ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିବାରୁ ସଭାପତି ଶ୍ରୀ ସ୍ବାଇଁ ଓ ସମ୍ପାଦକ ଶ୍ରୀ ସେଠୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ରଥକାଠ ଅନୁକୂଳ

Sunil Chandra Nayak

ବଟ ଅଶ୍ୱତଥ ବୃକ୍ଷ ପ୍ରତିଷ୍ଠା ବାର୍ଷିକୀ ପାଳିତ  

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!