ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

ରାଉରକେଲା। ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ସେକ୍ଟର ୭-୧୭ ଛକ ନିକଟସ୍ଥ ସମ୍ବିଧାନ ପ୍ରଣେତା ତଥା ଭାରତ ରତ୍ନ ଡକ୍ଟର ବାବାସାହେବ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସଫା କରାଯାଇ ପରିସରକୁ ସଜାଯାଇ ଦିପୋଛବର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦୀପ ପ୍ରଜ୍ବଳନ କରି ସେହି ମହାନ୍ ପୁରୁଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ଆମ୍ବେଦକରଙ୍କର ସୃତିଚାରଣ କରିବା ସହିତ ସେ ଭାରତୀୟଙ୍କୁ ସମ୍ବିଧାନ ମାଧ୍ୟମରେ ସାମାଜିକ , ଅର୍ଥନୈତିକ, ରାଜନୌତିକ ନ୍ୟାୟ ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶି ଓରାମ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ମଳୟ ମହାପାତ୍ର, ଗଙ୍ଗାଧର ଦାଶ, ଭ୍ରମରବର ବେହେରା, ଅଶୋକ ଲେଙ୍କା, ମନୋଜ ସତପଥୀ, ସୁଶାନ୍ତ ମହାପାତ୍ର, ଅଜୟ କାଂସାରୀ, ସନ୍ତୋଷ କୁମାର ବିରାଟ, ମନୋରଞ୍ଜନ ମୁନି, ସତ୍ୟ ସାହୁ, ସୂର୍ଯ୍ୟକାନ୍ତ ସାହୁ, ମନୋଜ ସ୍ୱାଇଁ, ରଞ୍ଜିତା କିସ୍ ପଟା, ବଳରାମ ସମାସି, କବିତା ବିନ୍ଧାଣି, ରାମ ବର୍ମା, ଆଲୋକ ନାୟକ, ଅକ୍ଷୟ କୁମାର ଦାଶ, ଗଡୁ ବାଗ, ଅବିନାଶ ସାମଲ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ , ସ୍ମିତା ପରିଡ଼ା, ମୂରଲୀଧର ବାରିକ, ମନୋଜ ସାହୁ, ଅନନ୍ତ ଦାସ, ମନୋଜ ଜେନା, ପ୍ରଭାକର ସାହୁ, ରାଜେଶ ପ୍ରସାଦ, ସଞ୍ଜୟ କୁମାର ଗୌଡ଼, ସୁନୀତା ମୋହିନୀ, ସଂଗ୍ରାମ ପ୍ରଧାନ, ଅନିତା ନାଗ, ଗୌତମ ବାଡ଼ା, ଦୀପକ ସାହୁ, ତୁନ୍ତୁମ୍ ସାହୁଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

Sunil Chandra Nayak

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

Sunil Chandra Nayak

ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ମଣ୍ଡଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!